ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରନଗର ଠାରେ ସମ୍ପୂର୍ଣ୍ଣା ଏନଜିଓର ସଭାନେତ୍ରୀ ଶ୍ରୀମତୀ ସନ୍ତୋଷୀ ମେହେର, ସମ୍ପାଦିକା ଶ୍ରୀମତୀ ରଶ୍ମୀ ପାତ୍ର, କୋଷାଧ୍ୟକ୍ଷା ସଞ୍ଜଳି ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ସମ୍ପୂର୍ଣ୍ଣା ଅନୁଷ୍ଠାନର ଉପଦେଷ୍ଟା ରାଧାକୃଷ୍ଣ ମେହେର, ସଂଗ୍ରାମ କେଶରୀ ଦାସ, ଗୋପାଳ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଭାର ମୁଖ୍ୟ ଅତିଥି ବୃଦ୍ଧବୃଦ୍ଧାମାନଙ୍କ ଉପରେ କିଛି ମତ ରଖିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.

two + fifteen =

error: Content is protected !!