csstore

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ କାର୍ୟ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ସହ ବିନାବାଧାରେ ଖବର ସଂଗ୍ରହ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ ଦାବୀ କରିଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗତକାଲି ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ନିଜ ଦାବୀ ଜଣାଇଛି । ଚଳିତ ନିର୍ବାଚନ ସମୟରେ ବିଭିନ୍ନ ଅଂଚଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯିବା ସଂଗେ ସଂଗେ ଖବର ସଂଗ୍ରହ ବେଳେ ସ୍ଥାନୀୟ ବୁଥ୍‌ ଅଧିକାରୀ ଓ ପୋଲିସ ପକ୍ଷରୁ ବିରୋଧ କରାଯାଉଥିବା ଦର୍ଶାଇଛି ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ । ଗଣମାଧ୍ୟମର ସ୍ୱାଧୀନତାକୁ ଅକ୍ଷୂର୍ଣ୍ଣ ରଖାଯିବାକୁ ଦୃଢ଼ ଦାବୀ କରିଛି ସଂଘ । ତେବେ ନିର୍ବାଚନ କମିଶନର୍‌ ଉଚିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସଂଘ ପକ୍ଷରୁ ପ୍ରତିନିଧି ମଣ୍ଡଳୀରେ ସଭାପତି ଶ୍ରୀ କରଙ୍କ ସହ ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ପପୁ ମହାନ୍ତି, ସନତ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଅଶୋକ ସାହୁ, ସଂଘର ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜନ ଚୌଧୁରୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ ପ୍ରମୁଖ ସାମିଲ୍‌ ଥିଲେ ।

jayashree
Leave A Reply

Your email address will not be published.