pakka

କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ

bbehera

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖରଙ୍କ ପୀଠ କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ କରାଯାଇଛି । ଉଠା ଦୋକାନୀ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, କରୋନା ସଂକ୍ରମଣର ପ୍ରଥମ ଲହର ଆରମ୍ଭ ହେବା ଦିନରୁ ଦୋକାନୀମାନେ ବେପାର ହେଉ ନଥିବାରୁ ବହୁ ଅଭାବ ଅସୁବିଧାରେ କାଳାତିପାତ କରୁଛନ୍ତି । କୋଭିଡ ନିୟମ ଅନୁସାରେ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ଉଠା ଦୋକାନୀମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି । ଏଥିପାଇଁ ସରକାରଙ୍କ ପାଖରେ ସାହାଯ୍ୟ ପାଇଁ ସଂଘ ଦାବୀ ଜଣାଇଛି ।

Leave A Reply

Your email address will not be published.

seventeen − 2 =