csstore

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଦଳର ଉତ୍ତର ପ୍ରଦେଶ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ୧୮ ଜଣିଆ ସାଂସ୍କୃତିକ ଦଳ ୟୁପି ଗ୍ରସ୍ଥ କରିଛନ୍ତି । ନୋଇଡାଠାରେ ଥିବା ଆମିଟି ବିଶ୍ୱବିଦ୍ୟାଳୟରେ ଆସନ୍ତା ୩ ଠାରୁ ୭ ମାର୍ଚ୍ଚରେ ଆୟୋଜିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଜାତୀୟ ୟୁବ ମହୋତ୍ସବରେ ଯୋଗଦେବେ । ପ୍ରକାଶ ଯୋଗ୍ୟ ଯେ ଗତ ଜାନୁୟାରୀ ମାସରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳଗତ ଆଦିବାସୀ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ମହୋତ୍ସବକୁ ଚୟନ ହୋଇଥିଲେ । ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ତରଫରୁ ଦଳଗତ ନୃତ୍ୟରେ ଥିବାବେଳେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅନିଶା ଦେବୀ ମେହେନ୍ଦିରେ ପ୍ରତିଦ୍ୱନ୍ଦୀଭାବେ ଯୋଗଦେଉଛନ୍ତି । ଏଥିରେ ଟିମ ମେନେଜର ଭାବେ ଡ. ମିହିର କୁମାର ତ୍ରିପାଠୀ ଏବଂ ଶୁଭସ୍ମିତା ସାହୁ ଯୋଗଦେଉଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଯୁଗ୍ମ କୁଳସଚିବ ଡ. ବାବୁଜି ସାମଲ, ଛାତ୍ର ସହ କୁଳସଚିବ ଡ. ସରୋଜ କୁମାର ଦାଶ ଏବଂ ସାଂସ୍କୃତିକ ସଂଯୋଜିକା ଡ. ସରିତା ଦାଶ ପ୍ରମୁଖ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.