jayashree

କବିତା ସଙ୍କଳନ “ନୀଳବୀଚି-୨୦୨୬” ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ଼ ସମ୍ମିଳନୀ ଗୃହରେ ସ୍ୱାଧୀନ ଚିନ୍ତନ୍ ବହୁଭାଷୀ କବିତା ପାଠୋତ୍ସବ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସମାହିତ ହୋଇଯାଇଛି । କବିଶ୍ରୀ ବ୍ରଜ ମୋହନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବହୁ କବି ଓ କବୟିତ୍ରୀଙ୍କୁ ଉତ୍ସାହିତ କରିବା ସାଂଗକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସାହିତ୍ୟ ସଂସଦ ପକ୍ଷରୁ ପ୍ରକାଶିତ କବିତା ସଙ୍କଳନ “ନୀଳବୀଚି-୨୦୨୬” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ମଞ୍ଚରେ ଯୁବପ୍ରତିଭା କବି ଦେବାଶିଷ ପାଣିଗ୍ରାହୀ, ସାହିତ୍ୟ ସଂସଦର ସମ୍ପାଦକ ଦିଲ୍ଲୀପ ପଲେଇ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟ୍ଟା ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.