jayashree

ଟିଟିଲାଗଡର ସାହିତ୍ୟ ସାଧକ ଅଭିନ୍ନ କିଶୋର ରଥଙ୍କ ପୁସ୍ତକ ଉନ୍ମୋଚିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର ବରିଷ୍ଠ ସଭ୍ୟ ଅଭିନ୍ନ କିଶୋର ରଥଙ୍କ ଜନ୍ମ ଦିବସ ଉପଲକ୍ଷେ ତାଙ୍କ ଦ୍ଵାରା ଲିଖିତ ଚାରୋଟି ବହିର ଉନ୍ମୋଚନ ଉତ୍ସବ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଡ. ଛାୟାକାନ୍ତ ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ରାଜୀବ ଲୋଚନ ପାଢ଼ୀ ଯୋଗ ଦେଇଥିଲେ । ଶ୍ରୀ ରଥଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବା ଯୋଗୁଁ ଏହି ଉତ୍ସବଟି ସେ ତାଙ୍କ ଘରେ ରଖିଥିଲେ । ସଂଘର ଅନେକ ସଭ୍ୟଙ୍କୁ ନିଜ ଘରେ ଦେଖି ଶଯ୍ୟାଶାୟୀ ହୋଇଥିଲେ ମଧ୍ୟ ଭାବବିହ୍ୱଳ ହୋଇ ଅତି ଆନନ୍ଦିତ ହୋଇ ସମସ୍ତଙ୍କୁ ଆତ୍ମୀୟ ସ୍ୱାଗତ କରିଥିଲେ ଶ୍ରୀ ରଥ । ସଂଘ ତରଫରୁ ସଭାପତି ରତ୍ନାକର ସାହୁ, ସମ୍ପାଦକ ଓ ସଭ୍ୟମାନେ ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ । ପୁସ୍ତକ ଉନ୍ମୋଚନ ସଭାର ପରିଚାଳନା ଟିକେଲାଲ ବେହେରା କରିଥିଲେ । ମୁଖ୍ୟବକ୍ତା, ମୁଖ୍ୟଅତିଥି, ସଭାପତି ସାହୁ, ପାଢ଼ୀ ଆଜ୍ଞା ଓ ଅବସର ପ୍ରାପ୍ତ ଡିଇଓ ପ୍ରଦୀପ ନାଗ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.