csstore

ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ : ଲୋଗୋ ଉନ୍ମୋଚନ କଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିର ପୀଠର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏନେଇ ଏକ ସ୍ମରଣିକା ପ୍ରକାଶ ପାଇବ, ଧ୍ୱଜା ରୋପଣ ଏବଂ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ପାଟଣେଶ୍ୱରୀ ମହୋତ୍ସବ ଆୟୋଜନ ହେବ । ଏହି ଅବସରରେ ଏକ ଆଲୋଚନା ଚକ୍ର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଦେବାଦେବୀ ମନ୍ଦିରକୁ ନିମନ୍ତ୍ରଣ ଯିବ, ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବ । ଏହି ଉଦ୍ଦେଶ୍ୟରେ ପାଟଣାଗଡ ଖମାରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କରକମଳରେ ଉତ୍ସବର ଲୋଗୋ ଉନ୍ମୋଚିତ ହୋଇଯାଇଛି । ମା’ ପାଟଣେଶ୍ୱରୀ ଏବଂ ମହାରାଜଙ୍କ ରାଶି ନକ୍ଷତ୍ରରେ ରାଜପୁରୋହିତ ସନ୍ତୋଷ ଦାଶ ଏବଂ ପଣ୍ଡିତ ମହାସଭା ତାରିଖ ନିର୍ଦ୍ଧାରଣ କରିଛନ୍ତି । ଆଗାମୀ ଦିନରେ କିଭଳି ସୂଚାରୁ ରୂପେ ମହୋତ୍ସବ ଆୟୋଜିତ ହେବ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଏବଂ ଏହି ଉତ୍ସବ ଆୟୋଜନ କରିବା ପାଇଁ କମିଟିରେ ୨୦ଜଣଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଶାନ୍ତ ମହାକୁର, ମନ ପୁରୋହିତ, ଭବାନୀ ଶଙ୍କର ଭୋଇ, ରିଣ୍ଟୁ ସାହୁ, ଶମ୍ଭୁ ଶତପଥି, ଅଭିନାଶ ଦିଶ୍ରୀ, ମଧୁସୂଦନ ନାୟକ, ସୁରେନ୍ଦ୍ର ନେଗୀ, ଅଶ୍ୱିନୀ କୁମାର ପଟ୍ଟନାୟକ, ଅର୍ଜୁନ ସାହୁ, ଦିନେଶ ଶର୍ମା, କବିରାଜ ଭୋଇଙ୍କ ସମେତ କମିଟି ନିଷ୍ପତ୍ତି ନେଇଛନ୍ତି ।

jayashree
Leave A Reply

Your email address will not be published.