pakka

ପେଟ୍ରୋଲ ପମ୍ପରେ ଉନ୍ମତ୍ତ କାଣ୍ଡ, ଟାଉନ୍‌ ଥାନାର ଦ୍ୱାରସ୍ଥ ହେଲେ ପେଟ୍ରୋଲ ପମ୍ପ ମାଲିକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଟ୍ରୋଲ ପମ୍ପରେ ଘଟିଥିବା ଉନ୍ମତ୍ତ କାଣ୍ଡକୁ ନେଇ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପେଟ୍ରୋଲ୍‌ ପମ୍ପ ମାଲିକ । ବଲାଙ୍ଗିର ଟାଉନ ଥାନା ପାଖରେ ଥିବା ଭଜନ ଲାଲ ପେଟ୍ରୋଲ ପମ୍ପରେ ଆଜି ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଉକ୍ତ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମାଡ ମାରିଥିବା ବେଳେ ପମ୍ପ ଜାଳି ଦେବାକୁ ଉଦ୍ୟମ କରୁଥିବା ନେଇ ପେଟ୍ରୋଲ ପମ୍ପ ମାଲିକ ସନ୍ଦୀପ ଅଗ୍ରୱାଲ ଥାନରେ ଏତଲା ଦେଇଛନ୍ତି । ଏହି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗ ଅନୁସାରେ ଜଣେ ଯୁବକ ପେଟ୍ରୋଲ ପମ୍ପକୁ ଆସି କର୍ମଚାରୀଙ୍କ ସହ ଝଗଡ଼ା କରିବା ସହିତ କର୍ମଚାରୀମାନଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ । ଉକ୍ତ ଘଟଣାରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା କୁହାଯାଇଛି । ତେବେ ବଲାଙ୍ଗିର ଟାଉନ୍‌ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଥିବା ମଧ୍ୟ ଜଣାପଡିଛି ।

jay balangir
Leave A Reply

Your email address will not be published.

fourteen − 3 =