ls

ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

sb

ଯାଜପୁର : ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ତେବେ ତାଙ୍କୁ ଚତୁରତାର ସହ ଉଦ୍ଧାର କରିଛ‌ନ୍ତି କିଛି ଲୋକ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରରେ ମହିଳା ଜଣଙ୍କ ନଦୀକୁ ଡେଇଁବା ପାଇଁ ପୋଲର ବାଡା ଉପରେ ଚଢ଼ି ଯାଇଥିଲେ ଏବଂ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ରାସ୍ତାରେ ଯାତାୟତ କରୁଥିବା ବାଟୋଇମାନେ ଅଟକି ଦୂରରୁୁ ରହି ମହିଳା ଜଣଙ୍କୁ ନଦୀକୁ ନଡେଇଁବାକୁ ବୁଝାଇଥିଲେ । ଏହି ସମୟରେ ଜଣେ ବାଟୋଇ ମହିଳାଙ୍କୁ ଅତି ଚତୁରତାର ସହ କାବୁ କରି ନେଇଥିଲେ । ତାପରେ ମହିଳାଙ୍କୁ ନିକଟସ୍ଥ ପାଣିକୋଇଲି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଅଂଚଳରେ ହୋଇଥିବା ବେଳେ ମାତ୍ର ମାସେ ତଳେ କେନ୍ଦୁଝର ଜିଲ୍ଲାରେ ଭଲ ପାଇ ବିବାହ କରିଥିଲେ ।

pc pk
Leave A Reply

Your email address will not be published.