pr

ବଡବନ୍ଧ ଜୟ ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଖେଳ ପଡ଼ିଆଠାରେ ୪ ଦିନ ଧରି ହୋଇ ଆସୁଥିବା ଜୟ ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ବାଘଭାଡ଼ି ଏବଂ ବଡଙ୍ଗୋମୁଣ୍ଡା ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍‌ରେ ବଡଙ୍ଗୋମୁଣ୍ଡା ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ୍‌କୁ ସଂଜନ କୁଦେଇ ପରିଚାଳନା କରିଥିବା ବେଳେ ଲାଇନ୍ସ ମ୍ୟାନ ଭାବେ ମନୋଜ ଜେନା, ସୁକାନ୍ତ ପୁଟେଲ ଦାୟିତ୍ଵ ବହନ କରିଥିଲେ । ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ, ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ରାଜପ୍ରତାପ ସିଂ ଦେଓ, ଲକ୍ଷ୍ମୀ ପ୍ରସାଦ ମେହେର, ପରମାନନ୍ଦ ସାହୁ, ଶଶୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କମିଟିର ରାକେଶ ଗଡତ୍ୟା, ସୁମନ୍ତ ଷାଣ୍ଢ, ହମିତ୍ ଗଡତ୍ୟା, ଶୀତଳ ମେହେର, ଲାଲୁ ବଗର୍ତ୍ତି, ମୁକେଶ ପଧାନ, ସିଦ୍ଧାନ୍ତ ଜେନା, ରାଜା ବଗର୍ତ୍ତି, ଫାଟୁ ନାଏକ, ସିଦ୍ଧାନ୍ତ ବେହେରା, ଜୀବନ ବୁଦ୍ଧିଆ, ନରେଶ ଗଡତ୍ୟା ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.