ଘୋରଡିଆ ରାଧାକାନ୍ତ ଦେବ ମଠରେ ୬୪ ବ୍ୟଞ୍ଜନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟଞ୍ଜନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମଠ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୃଷ୍ଟିକର ବ୍ୟଞ୍ଜନ ପ୍ରସ୍ତୁତ କରି ସମର୍ପିତ କରିଥିଲେ ବୋଲି ଆବାହନ କାଳରୁ ଶାସ୍ତ୍ରୀୟ ମତ ରହିଛି । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ (ଘୋରଡିଆ) ଗ୍ରାମର ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ମଠରେ ରବିବାର ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ନିକଟରେ ୬୪ ପ୍ରକାର ନିରାମିଷ, ସ୍ୱାଦିଷ୍ଟ ବ୍ୟଞ୍ଜନ ପୂଜା କରା ଯାଇଥିଲା । ଏଥିରେ ଅନ୍ନ, ଡାଲି, ଭଜା, ଖଟା, ସାଗ, ଖିରୀ, ବେସର, ତରକାରୀ, ଭର୍ତା ପ୍ରତ୍ୟେକ ତିନିପ୍ରକାର ହୋଇଥିବା ବେଳେ ବିଭିନ୍ନ ପ୍ରକାର ଫଳମୂଳ, ବିରିବରା, ବୁଟୋଶଲା, ଡାଳିମ୍ବ, ଚୂଡାଘଷା, ଖଇରେ ପ୍ରସ୍ତୁତ ୬୪ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥିଲା । ମଠ ମାଲିକ ଦେବଜ୍ୟୋତି ପଟ୍ଟନାୟକ ଓ ଏହାର ପରିଚାଳକ ଦୁଃଶାସନ ମଙ୍ଗରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମଠର ମୁଖ୍ୟ ପୁରୋହିତ ତିବିକ୍ରମ ମିଶ୍ର, ପୂଜକ ଗୀତା ପ୍ରସାଦ ଆଚ୍ଚାର୍ଯ୍ୟ, ସର୍ବେଶ୍ୱର ମିଶ୍ର, ସିନା ଭାଇନା ପ୍ରମୁଖ ଠାକୁରଙ୍କ ବିଧିବିଧାନ ପୂଜାର୍ଚ୍ଚନା କରି ଏହି କାର୍ଯ୍ୟକ୍ରମଟିକୁ ସୁଚାରୁ ସମ୍ପନ୍ନ କରିଥିଲେ । ଏଥିରେ ସୋମନାଥ ମଙ୍ଗରାଜ, ଆର୍ତ୍ତତ୍ରାଣ କୋଦମାସିଂହ, ରବିନ୍ଦ୍ର କୁମାର ରଣା, କାଳୁ ରଣା, ଗୌରିଶଙ୍କର ବାରିକ, ସଜଂୟ ନାୟକ ଓ ବିପିନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ରାଧାମୋହାନ ଦେବ ମଠରେ ମଧ୍ୟ ଅନୁରୂପ ବ୍ୟଞ୍ଜନ ଦ୍ୱାଦଶୀ ପର୍ବ ପାଳିତ ହୋଇଯାଇଛି ।

Leave A Reply

Your email address will not be published.

12 − six =