jayashree

ୟୋନେକ୍ସ-ସନ୍‌ରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ

  • ପୁରୁଷରେ ଅଂଶ ନେଗୀ ଚମ୍ପିୟାନ, ଦିବ୍ୟମ କେଜ୍ରିୱାଲ ରନର୍ସ ଅପ
  • ଜୁନିଅର ବାଳିକାରେ ସ୍ଵାତି ଚମ୍ପିୟାନ, ନିମିଶା ରନର୍ସ ଅପ
  • ପୁରୁଷ ଡବଲସରେ ତନ୍ମୟ ଅଭିଜିତ ଚମ୍ପିୟାନ
  • ବାଳକ ଡବଲସରେ ଦିବ୍ୟମ – ଶୁଭ୍ରକେତନ ଚାମ୍ପିୟନ
  • ମହିଳା ଫାଇନାଲରେ ମନୀଷା ତୀର୍କୀ ଚମ୍ପିୟାନ
  • ମିକ୍ସଡ଼ ଡବଲସରେ ଜଗଦୀଶ ହର୍ଷିତା ରାଉତ ଚମ୍ପିୟାନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟେଡ଼ିଅମରେ ୟୋନେକ୍ସ-ସନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବେଡ଼ମିଣ୍ଟନ ଚାମ୍ପିୟନସିପ ଉଦ୍‌ଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ବାଳିକା ଫାଇନାଲରେ ଓଡିଶା ଖେଳାଳୀ ସ୍ଵାତି ନାୟକ ନିଜ ରାଜ୍ୟର ନିମିଶା ଓଝାଙ୍କୁ ୧୫-୧୨, ୧୫-୮ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ସିନିଅର ମିକ୍ସଡ଼ ଡବଲସରେ ଓଡିଶା ଯୋଡି ଜଗଦିଶ କଲଗା ଓ ହର୍ଷିତା ରାଉତ ଝାରଖଣ୍ଡ ଯୋଡି ପ୍ରିୟାଂଶୁ ତିର୍କୀ ଓ ଅନନ୍ୟା ସିଂଙ୍କୁ ୧୫-୧୩, ୧୫-୮ ପଏଣ୍ଟ ହରାଇ ଚମ୍ପିୟାନ ହୋଇଛନ୍ତି । ଜୁନିଅର ମିକ୍ସଡ଼ ଡବଲସରେ ଓଡିଶା ଯୋଡି ସୌମ୍ୟଜିତ ସାହୁ ଓ ଅସ୍ୱୀକା ମିଶ୍ର ଫାଇନାଲରେ ଉତ୍ତରପ୍ରଦେଶ ଯୋଡି ଅଭିଷେକକୁ ସ୍ୱାଓ ରିଧିମା ସିଂ ଠାରୁ ୧୧-୧୫, ୧୬-୧୪ ଓ ୧୩-୧୫ ପଏଣ୍ଟ ହାରି ଯାଇ ରନର୍ସ ଅପ ହୋଇଥିବା ବେଳେ ଅଭିଷେକ-ରିଧିମା ସିଂ ଯୋଡି ଚାମ୍ପିୟନ ହୋଇଛନ୍ତି । ମହିଳା ସିଙ୍ଗଲସ ଫାଇନାଲରେ ଝାରଖଣ୍ଡର ମନୀଷା ତିର୍କୀ ପଶ୍ଚିମବଙ୍ଗର ଇସିତା ବିଶ୍ୱାସଙ୍କୁ ୧୫-୧୨, ୧୫-୩ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ପୁରୁଷ ସିଙ୍ଗଲସ ଫାଇନାଲରେ ଉତ୍ତରାଖଣ୍ଡର ଅଂଶ ନେଗୀ ଓଡ଼ିଶା ଖେଳାଳୀ ଦିବ୍ୟମ କେଜ୍ରିୱାଲଙ୍କୁ ୧୫-୧୧ ଓ ୧୫-୨ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ବାଳକ ସିଙ୍ଗଲସ ଫାଇନାଲରେ ବିହାରର ସାକ୍ଷମ ବତ୍ସ ଉତ୍ତରାଖଣ୍ଡର ପ୍ରଭୁ ଧ୍ୟାନିଙ୍କୁ ୧୫-୮, ୧୫-୧୧ ପଏଣ୍ଟଇ ହରାଇ ଚମ୍ପିୟାନ ହୋଇଛନ୍ତି । ବାଳକ ଡବଲସରେ ଓଡିଶାର ଦିବ୍ୟମ କେଜ୍ରିୱାଲ ଓ ଶୁଭ୍ରକେତନ ମଲ୍ଲିକ ଉତ୍ତରପ୍ରଦେଶ ଯୋଡି ଅଭିଷେକ କୁଶ୍ୱାହା-ଶିବମ ଯାଦବଙ୍କୁ ୧୫-୯, ୧୫-୬ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ପୁରୁଷ ଡବଲସରେ ଓଡିଶା ଯୋଡି ଅଭିଜିତ ମହାରଣା ଓ ତନ୍ମୟ ସାହୁ ପଶ୍ଚିମବଙ୍ଗ ଯୋଡି ଅଙ୍କିତ ମଣ୍ଡଳ ଓ ଅସ୍ମିତ ଅଗ୍ରୱାଲଙ୍କୁ ୧୫-୮, ୧୫-୧୨ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ବାଳିକା ଡବଲସ ଫାଇନାଲରେ ଆକ୍ଷିତା ମନରଲ ଓ ସମ୍ଭାବି ରାଉଥାନ ଉତ୍ତର ପ୍ରଦେଶ ଯୋଡି ଆଦିତ୍ୟ ଯାଦବ ଓ ରିଧିମା ସିଂଙ୍କୁ ୧୫-୧୦, ୧୫-୯ ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି । ମହିଳା ଡବଲସରେ ଉତ୍ତରପ୍ରଦେଶ ଯୋଡି ଆଦିତ୍ୟ ଯାଦବ ଓ ରିଧିମା ସିଂଙ୍କ ଯୋଡି ଉତ୍ତରାଖଣ୍ଡ ଯୋଡି ସ୍ନେହା ରାଜ୍ୱର ଓ ଉନ୍ନତି ବିସ୍ତଙ୍କୁ ୧୦-୧୫, ୧୫-୭ ଓ ୧୫-୧୨ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବସେବା ବିଭାଗ ଆଯୁକ୍ତ ତଥା ସଚିବ ଭୂପେନ୍ଦ୍ର ସିଂ ପୁନିଆ, ସମ୍ମାନିତ ଅତିଥି ଭାବେ ଯୁଗ୍ମ ସଚିବ ଅମିତ ନାୟକ, କ୍ରୀଡା ବିଭାଗ ଓଏସଡି ସୋନାଲି ଚାନ୍ଦ ଓସବା ସମ୍ପାଦକ ନିଲିନ କୁମାର, ଉପସଭାପତି କାର୍ତ୍ତିକ ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ପ୍ରଦୀପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ମନୋରଞ୍ଜନ ପଣ୍ଡା, କମଲ ଦାସ, ସୁରୁଲାଲ ମଟାରି ପ୍ରମୁଖ ଚମ୍ପିୟାନ, ରନର୍ସ ଅପ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ଟ୍ରଫି, ପ୍ରମାଣ ପତ୍ର ଏବଂ ଯଥାକ୍ରମେ ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକରେ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.