
ରାଉରକେଲା, (କେପିଏନ୍ଏସ୍) : ବିଧାୟକ ରୋହିତ ଜୋସେଫ ତିର୍କୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ପୁଣ୍ୟତିଥି କାର୍ଯ୍ୟକ୍ରମ ଝୁନମୁର ଠାରେ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା ଓ ସମସ୍ତ ପ୍ରସ୍ତୁତି ବିଷୟରେ ଆଲୋଚନା କରାଗଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବରିଷ୍ଠ ନେତା ଗୋପାଳ ସିଂ, ବିଧାୟକ ପ୍ରାର୍ଥନିଧି ଶଶି ସାଗର, ମହେଶ ସାହୁ, ବିଜେଡ଼ି ନଗର ସଭାପତି କୁନା ଦେଓ, ବିଧାୟକଙ୍କ ଆଇନଗତ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ, ଯୁବ ନେତା ପ୍ରମୋଦ ବୁଡ଼ା, ସୋମନାଥ ରାହା, ନିମୟ ଆଚାର୍ଯ୍ୟ, ପ୍ରଦୀପ ସାହୁ, ଏମଡି ପର୍ବଇଜ, ଅମ୍ବର ଶେଖର ଦେଓ ଏବଂ ଅନ୍ୟାନ୍ୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।