jayashree

ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିକଟସ୍ଥ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ତରଫରୁ ଗୁରୁଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ତଥା ବିଦ୍ୟାଳୟର ପୁରାତନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟିଟୁ ବାଗ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ପରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁମାନଙ୍କ ସମ୍ମାନାର୍ଥେ ‘ପୂଜ୍ୟ ପୂଜା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜନଙ୍କୁ ଉପଢୌକନ, ପୁଷ୍ପ ଓ ଚନ୍ଦନ ଦେଇ ବିଧିବଦ୍ଧ ଭାବେ ଗୁରୁପୂଜନ କରାଯାଇଥିଲା । ପ୍ରାରମ୍ଭରେ କମିଟିର ସମ୍ପାଦକ ମୋହନ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ, ନିତ୍ୟାନନ୍ଦ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ କାଲସାଏ, ଅମଜତ ସାହୁ, ସୁନୀଲ ସାହୁ, ପ୍ରେମରାଜ ଯୋଷୀ, ଦେବରାଜ ସାହୁ, ସୁସାନ୍ତ ଧରୁଆ, ପକ୍ଷୀରାଜ ସାହୁ, ତେଜଲାଲ ବାରିକ, ଆର୍ତ୍ତ ସେଠ, ଲଳିତ ସାହୁ, ଦିଲୀପ ଧରୁଆ, ଅନିଲ ସାହୁ, ଖୁସିରାମ ମଲ୍ଲିକ, ମହେଶ ସାହୁ, ମନୋଜ ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ସଭାପରିଚାଳନା ଉପସଭାପତି ଅର୍ଜୁନ କୁମାର ସାହୁ କରିଥିବା ବେଳେ ଶେଷରେ କମିଟିର ସଭାପତି ପ୍ରହ୍ଲାଦ ସାହୁ ନିଜର ବକ୍ତବ୍ୟ ରଖି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.