
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କାଦୋପଦର ଗ୍ରାମରେ ଷଷ୍ଠ ଦିବସୀୟ ମାଆ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଅଂଶ ଗ୍ରହଣ କରି ଆୟୋଜକ ରାଧା ମାଧବ ଯୁବ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରୁଥିଲେ । ଉଦଯାପନୀ ମ୍ୟାଚ କମ୍ ଆଲୁଅ ପାଇଁ ବାତିଲ ହେବା ପରେ ଉଭୟ ଦଳର ସହମତିକୁ ନେଇ ଧର୍ମଗୁଳା କରିବା ପରେ ଜୟପାଟଣା ଏକାଦଶ ବିଜୟ ଘୋଷିତ ହୋଇଥିବା ବେଳେ ଖଲିଆ ଉପବିଜେତା ଘୋଷିତ ହୋଇ ଅର୍ଥରାଶି ଓ ଟ୍ରଫି ପ୍ରାପ୍ତ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ରାଜ ନାଏକ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ କ୍ରୀଡାବିତ୍ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ କମିଶନର ଗଙ୍ଗାଧର ମାଝୀ, ସମାଜସେବୀ ଅମ୍ବୁଜ ଧଙ୍ଗଡାମାଝୀ, ମୋହିନୀ ନାୟକ, ବଂଶୀଧର ଚଲାନ, ଭୂପେନ୍ଦ୍ର ନାଏକ, ପ୍ରବୀଣ ବଗର୍ତ୍ତୀ, ଭାରତ ଭୂଷଣ ପଣ୍ଡା, ରାମେଶ୍ୱର ଭୋଇ, ଗଜେନ୍ଦ୍ର ମାଝୀ, ଶୁଭେନ୍ଦୁ ପଣ୍ଡା, ଅର୍ଜୁନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଧାରା ବିବରଣୀ ଆଦିତ୍ୟ ନାଏକ ସମ୍ପାଦନ କରିଥିବା ବେଳେ ଚନ୍ଦ୍ର ନାଏକ ଓ ରାଜା ନାଏକ କ୍ରୀଡା ପରିଚାଳନା କରିଥିଲେ ।
