
ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଜ୍ଞା ପ୍ରବାହ ପଦ୍ମପୁର ଆନୁକୂଲ୍ୟରେ ରାଷ୍ଟ୍ରପୁରୁଷ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ପଦ୍ମପୁର ରାଜାଜୀ ଟାଉନ୍ ହଲ୍ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବରଗଡ଼ ଜିଲ୍ଲାର ସଂଘଚାଳକ ଡକ୍ଟର ସତ୍ୟସାଇ ନାୟକ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବହୁ ଆୟାମୀ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ । ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଯୋଗୁଁ ହିଁ ଆଜି କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେବା ସମ୍ଭବ ହୋଇଛି ବୋଲି ମୁଖ୍ୟବକ୍ତା ଡକ୍ଟର ନାୟକ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଚଉବନ ସ୍ୱାଇଁ ସଭାପତିତ୍ୱ କରିଥିଲେ । ପ୍ରଜ୍ଞା ପ୍ରବାହ ସମ୍ପାଦକ ଡଃ. ଟିକେଶ୍ୱର୍ ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡ଼. ସ୍ୱାଧିନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ରଜତ ସାହୁ ବ୍ୟକ୍ତିଗତ ଗୀତ, ମାର୍ତ୍ତଣ୍ଡ ଦେବ ସଂଗଠନ ମନ୍ତ୍ର, ଭାସ୍କର ଦାଶ ଶାନ୍ତି ମନ୍ତ୍ର ପାଠ କରିଥିଲେ ।
