csstore

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଛାତ୍ର ଜୀବନରୁ ସଂସ୍କାରକୁ ପାଥେୟ କରି ଏକ ନିଷ୍ଠାପର ଶିକ୍ଷକ ଭାବରେ ସୁଖ୍ୟାତି ଅର୍ଜନ କରିଥିବା ଶ୍ରୀ ପଣ୍ଡା କାର୍ଯ୍ୟକାଳ ମଧ୍ୟରେ ଅନେକ ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁରସ୍କାରର ଅଧିକାରୀ ହୋଇପାରିଥିଲେ । ନିଜର ଦକ୍ଷତାକୁ ପ୍ରତିପାଦିତ କରିବା ସାଙ୍ଗକୁ ଜଣେ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷକ ଭାବେ ମଧ୍ୟ ନିଜର ଶିକ୍ଷକ ଜୀବନକୁ ପ୍ରସାରିତ କରୁଥିଲେ । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଅମରେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଲଭ ସାମନ୍ତ ରାୟ, ଅତିରିକ୍ତ ଜିଲ୍ଳା ମଂଗଳ ଅଧିକାରୀ ମୋହିତ କୁମାର ଭୋଇ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଅବସର ପ୍ରାପ୍ତ କମିଶନର ଗଙ୍ଗାଧର ମାଝୀ, ଅବସର ପ୍ରାପ୍ତ ଏ ବିଇଓ ସୁରେନ୍ଦ୍ର ମୋହନ ଯୋଶୀ, ଆଦିବାସୀ ସଂଘ ବ୍ଲକ ସଭାପତି ମନୋଜ ପାତ୍ର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ସାହୁ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ସମିତି ସଭ୍ୟା ପ୍ରଭା ପୁଝାରୀ, ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଢ଼ ପୁଷ୍ପ ମଞ୍ଜରୀ ଦଳପତି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉମା ଶଙ୍କର ପଣ୍ଡା, ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସମର୍ପିତ ଜୀବନ ଚର୍ଯ୍ୟା ଉପରେ ବକ୍ତବ୍ୟ ରଖିଥିଲେ ।

jayashree
Leave A Reply

Your email address will not be published.