jayashree

୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ

  • ପୁରୁଷ ବ୍ୟକ୍ତିଗତ ଚମ୍ପିୟାନ ହେଲେ ଅଭିନବ କୁମାର ସିଂହ
  • ମହିଳାରେ ପ୍ରତ୍ୟାଶା ରାଏ ଏବଂ ସ୍ରିଷ୍ଟି ଉପାଧ୍ୟାୟ ଯୁଗ୍ମ ଚମ୍ପିୟାନ
  • ଦଳଗତ ଚମ୍ପିୟାନ ଖୋର୍ଦ୍ଧା, ରନର୍ସ-ଅପ୍ ବରଗଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଅକ୍ୱାଟିକ ସେଣ୍ଟର ଠାରେ ୧୬ ତାରିଖରୁ ଆରମ୍ଭ ହୋଇଥିବା ୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡିଶା ଅଲମ୍ପିକ ଏସୋସିଏସନର ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନିତ ଅତିଥି ଭାବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ କୃୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ । ଦ୍ୱିତୀୟ ଦିନ ଖେଳ ସମାପ୍ତ ସୁଦ୍ଧା ଖୋର୍ଦ୍ଧାର ଅଭିନବ କୁମାର ସିଂହ ପୁରୁଷ ବ୍ୟକ୍ତିଗତ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ମହିଳା ବର୍ଗରେ ଖୋର୍ଦ୍ଧାର ପ୍ରତ୍ୟାଶା ରାଏ ଓ ସ୍ରିଷ୍ଟି ଉପାଧ୍ୟାୟ ପ୍ରତିଯୋଗିତାରେ ଯୁଗ୍ମ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ଓଭରଅଲ ଚମ୍ପିୟାନ ଭାବରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ ହୋଇଥିବା ବେଳେ ବରଗଡ ରନର୍ସ-ଅପ ଆଖ୍ୟା ଅର୍ଜନ କରିଛି । ଦ୍ୱିତୀୟ ଦିନ ପ୍ରତିଯୋଗିତାରେ ୮୦୦ ମି. ପୁରୁଷ ଫ୍ରିଷ୍ଟାଇଲରେ ଖୋର୍ଦ୍ଧାର ଅଭିନବ କୁମାର ସିଂହ ପ୍ରଥମ, ସମ୍ବଲପୁରର ପିୟୁଷ ଠାକୁର ଦ୍ୱିତୀୟ, ଖୋର୍ଦ୍ଧାର ଅଭିନାଶ ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଇଭେଣ୍ଟର ମହିଳା ବର୍ଗରେ ଖୋର୍ଦ୍ଧାର ଧାନଭି ଭୌମିକ, ଆୟୁଶ୍ରୀ ଦତ୍ତ, ଚିନ୍ମୟୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଛନ୍ତି । ୪୦୦ ମିଟର ପୁରୁଷ ଇଣ୍ଡିଭିଜୁଏଲ ମିଡଲେରେ ଖୋର୍ଦ୍ଧାର ସାଇ ସ୍ୱରୁପ ସ୍ୱାଇଁ ପ୍ରଥମ, କିସ୍‌ କିଟ୍‌ର ସାହିଲ ମାଝି ଦ୍ୱିତୀୟ, ସମ୍ବଲପୁରର ପୁୟୁଷ ଠାକୁର ତୃତୀୟ ସ୍ଥାନ ଅର୍ଜନ କରିଛନ୍ତି । ଏହି ଇଭେଣ୍ଟର ମହିଳା ବିଭାଗରେ ଖୋର୍ଦ୍ଧାର ପ୍ରତ୍ୟାଶା ରାଏ ପ୍ରଥମ, ଅନୁଶ୍ରୀ ଦତ୍ତା ଦ୍ୱିତୀୟ, ସମ୍ବଲପୁରର ଅଞ୍ଜଳ ବାଗ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପୁରୁଷ ୧୦୦ମିଟର ବଟରଫ୍ଲାଏରେ ଗଞ୍ଜାମର ସୁଭ୍ରନ୍ତ ପାତ୍ର ପ୍ରଥମ, ବରଗଡ଼ର ଅଂଶୁମାନ ବଶିଷ୍ଟ ଦ୍ୱିତୀୟ, ଖୋର୍ଦ୍ଧାର ଶ୍ର୍ରୁତିରଂଜନ ପଟଲ ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଇଭେଣ୍ଟର ମହିଳା ବିଭାଗରେ ଖୋର୍ଦ୍ଧାର ସ୍ରିଷ୍ଟି ଉପାଧ୍ୟାୟ ପ୍ରଥମ, ଖୋର୍ଦ୍ଧାର ସୋନିଆ ପଟେଲ ଦ୍ୱିତୀୟ, କଟକର ପ୍ରତିକ୍ଷା ନନ୍ଦି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପୁରୁଷ ୧୦୦ ମିଟର ବେକ ଷ୍ଟ୍ରୋକରେ ଖୋର୍ଦ୍ଧାର ଅଭିନବ କୁମାର ସିଂହ ପ୍ରଥମ ଓ ବଲାଙ୍ଗିରର ଦୟାସାଗର କଠାର ଏବଂ ସ୍ୱାଗତ ସେଠ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି । ଏହି ଇଭେଣ୍ଟର ମହିଳା ବିଭାଗରେ ଖୋର୍ଦ୍ଧାର ପ୍ରତ୍ୟାଶା ରାଏ ପ୍ରଥମ ଏବଂ ଧନଭି ଭୌମିକ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ କିସ୍‌ କିଟ୍‌ର ଅଞ୍ଜଳି ମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୫୦ ମିଟର ପୁରୁଷ ବେକଷ୍ଟ୍ରୋକରେ ବଲାଙ୍ଗିରର ସୌରଭ ପୁଟେଲ ପ୍ରଥମ, ଖୋର୍ଦ୍ଧାର ସାଇ ସ୍ୱରୁପ ସ୍ୱାଇଁ ଦ୍ୱିତୀୟ, କଟକର ଅରିଷ୍ଟୋ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଇଭେଣ୍ଟର ମହିଳା ବର୍ଗରେ କଟକର ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ ପ୍ରଥମ, ଖୋର୍ଦ୍ଧାର ଅଂଶିକା ଆରାଧନା ସାହୁ ଦ୍ୱିତୀୟ, କିସ୍‌ ଓ କିଟ୍‌ର ଅଞ୍ଜଳି ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡିଶା ରାଜ୍ୟ ସୁଇମିଂ ସଂଘ ସଭାପତି ପ୍ରଦୀପ କୁମାର ପାଢୀଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡିଶା ଅଲମ୍ପିକ ଏସୋସିଏସନ ସଭାପତି ସମୀର ମହାନ୍ତି ଓ ସମ୍ମାନିତ ଅତିଥି ପାଟଣା ବିଧାୟକଙ୍କ ସହିତ ଅଖିଳ ଚନ୍ଦ୍ର ନାଏକ ସହ ସର୍ବଭାରତୀୟ ସୁଇମିଂ ସଂଘ ଯୁଗ୍ମ ସଂପାଦକ ଲକ୍ଷ୍ମୀ ଚନ୍ଦ୍ର ମହାକୁର, ରାଜ୍ୟ ସୁଇମିଂ ସଂଘ ସାଧାରଣ ସଂପାଦକ ଗୋଲାପ ମଣି ମହନ୍ତ, ରାଜ୍ୟ କୋଷାଧ୍ୟକ୍ଷ ବିଜୟ କୁମାର ଦିକ୍ଷିତ ପ୍ରତିଯୋଗିତାର ସମସ୍ତ ଟେକନିକାଲ ଅଫିସଆଲ ଓ ସୁଇମିଂ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.