jayashree

ସାନ-ଆଗ୍ରାହାରମ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କୋହଲା ଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡ଼ୁ ସତ୍ୟମ୍ ନୃତ୍ୟସେବା କଳା କେନ୍ଦ୍ର ତରଫରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ମାଙ୍ଗୁରୁପେଟ୍ଟା (ସାନ- ଆଗ୍ରାହାରମ) ଗ୍ରାମରେ ଆୟୋଜିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ କୋହଲା ଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ଉଦଯାପିତ ହୋଇଯାଇଛି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଘଡଘଡାପଲ୍ଲୀ ଗ୍ରାମରେ ଅବସ୍ଥାପିତ ଗାଦିଗୋସାଇଁ ଡଃ. ଆର୍ ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ଵରେ ପରିବେଷିତ ଏହି ଭକ୍ତି ଭାବାବେଗର କାର୍ଯ୍ୟକ୍ରମକୁ ସାନ-ଆଗ୍ରାହାରମ ଗ୍ରାମର ପି. ଲକ୍ଷ୍ମୀନାରାୟଣ, ପି. ଅରୁଣ କୁମାର, ପି. କୈଳାଶଙ୍କ ଗୋଷ୍ଠୀ ଗତ ସୌଜନ୍ୟରେ ଏବଂ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀଙ୍କର ଆବାହନ କରାଯାଇ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କୋହଲା ଯାତ୍ରା ଓ ଘଟଯାତ୍ରା ଆଦି ମହା ଆଡମ୍ବରରେ ସମାହିତ ହୋଇଯାଇଛି । ଏହି ଅବସରରେ ଦାସୁଡୁ ନୃତ୍ୟ ଗୁରୁ ଡଃ. ଆର୍. ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ଵରେ ବିଦ୍ଧିବଦ୍ଧ ଭାବେ ପୂଜାର୍ଚ୍ଚନା, କୋହଲାନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରେ ଶ୍ରୀ ହରି ନାମରେ ଭଜନ କୀର୍ତ୍ତନ, ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସହ ହୁଳାହୁଳି ଶବ୍ଦରେ ସ୍ଥାନଟି ଗଗନ ପବନରେ ପ୍ରକମ୍ପିତ ହୋଇଉଠିଥିଲା । ଶ୍ରୀ ଶ୍ରୀ ନୃସିଂହ ଠାକୁରଙ୍କ କୋହଲା ଯାତ୍ରାରେ ଗ୍ରାମର ଅଗଣିତ ଭକ୍ତଜନ ଯୋଗଦେଇ ଶ୍ରୀ ନୃସିଂହ ଠାକୁରଙ୍କ ଆଶ୍ରୀବାଦ୍ ସହ ବିଭୂକୃପା ଲାଭ କରିଥିଲେ । ଏଠାରେ ସୂଚନା ଯୋଗ୍ୟ’ ଯେ ପୂର୍ବରୁ ଏହି ଅଞ୍ଚଳର ଚମାଖଣ୍ଡି ଗ୍ରାମରେ ଜି. ସୀମାଦ୍ରୀ ରେଡ୍ଡୀଙ୍କ ନୃସିଂହ କୋହଲା ଯାତ୍ରାରେ ଗାୟକରତ୍ନ ଦାସୁଡୁ ନୃତ୍ୟ ଗୁରୁ ଡଃ. ଆର୍. ସତ୍ୟମ୍ ରେଡ୍ଡୀ ଏବଂ ତାଙ୍କ ସହଯୋଗୀ ଦଳ ଯୋଗଦାନ କରିଥିଲେ ।

Leave A Reply

Your email address will not be published.