
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅନ୍ତର୍ଗତ ନିଉ ପୋଲିସ କଲୋନୀ ଅଞ୍ଚଳର ସାଇନଗର ଦ୍ୱିତୀୟ ଲେନ୍ ନିବାସୀ ପି. ରାଜା ରାଓଙ୍କର କିଛି ଦିନ ପୂର୍ବେ ସଡ଼କ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ଘଟଣାରେ ମର୍ମାହତ ହୋଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମିଳିଥିବା ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ଦିବଙ୍ଗତ ଆତ୍ମାଙ୍କୁ ସମ୍ମାନାର୍ଥେ ବିଧାୟକ ତାଙ୍କର ସଦଗତି କାମନା କରିଛନ୍ତି ଏବଂ ପରିବାରବର୍ଗଙ୍କୁ ସାନ୍ତନା ଦେଇଛନ୍ତି ।