csstore

ଚିନ୍ମୟ ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ପଞ୍ଚମ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ବିରେନ୍ଦ୍ର ସିଂହ ସଭାପତିତ୍ୱ କରିଥିଲାବେଳେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ମଲ୍ଲିକ ଓ ଶିକ୍ଷୟିତ୍ରୀ ଇରା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସ୍କୁଲର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀ, ସମ୍ପାଦକ ପ୍ରତିଭା ଦାଶ ମୋହିନୀ, ଉପ ନିର୍ଦ୍ଦେଶକ ରାଜେଶ ଚନ୍ଦ୍ର ଦାଶ ମୋହିନୀ, ଶିକ୍ଷାବିତ ଶାନ୍ତନୁ ମୁଦାଲି, ଜଗନ୍ନାଥ ସଂସ୍କୃତିର ଆବାହକ ସୁବାସ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଗତ ୬ ତାରିଖରୁ ୧୨ ତାରିଖ ଯାଏ ଚାଲିଥିବା ଏହି ଶିବିରରେ ତୃତୀୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ସନ୍ତରଣ, ଘୋଡା ଚଢା, ସଂଗୀତ, ନୃତ୍ୟ, ଯୋଗ, ଆତ୍ମରକ୍ଷା କୌଶଳ, ଚିତ୍ରାଙ୍କନ, ପେଣ୍ଟିଂ, ବୃକ୍ଷରୋପଣ, ଆଧ୍ୟାତ୍ମିକ ଗଳ୍ପ କଥନ, ଗୃହ ଭିତରର ଖେଳ ଆଦିରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଶ୍ରୀ ରାଉତ ଓ ଅନ୍ୟ ସମସ୍ତ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ, ମାନସିକ ଓ ଶାରିରୀକ ଦୃଷ୍ଟିରୁ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ସହ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରୀ ଆରାଧ୍ୟା, ସାହିବା, ସୋନାଲ ପ୍ରମୁଖ ନୃତ୍ୟ, ପ୍ରିୟାଂଶ, ପ୍ରେମ ପ୍ରକାଶ ପ୍ରମୁଖ ବକ୍ତବ୍ୟ ଓ ଶିଶୁ ଛାତ୍ରଛାତ୍ରୀମାନେ ଗୃପ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଉପସ୍ଥିତ ଅଭିଭାବକଙ୍କ ମଧ୍ୟରେ ଶୁଭଦର୍ଶନୀ ଜେନା, ରଶ୍ମିରଞ୍ଜନ ନାୟକ, ଶ୍ୟାମସୁନ୍ଦର ପରିଡ଼ା, ଦୀପାଳୀ ପଟ୍ଟନାୟକ, ସବିତା ଟୁଡୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅଭିଭାବିକାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶୁଭଦର୍ଶନୀ ଜେନା, ସବିତା ଟୁଡୁ ଓ ଭାନୁମତୀ ସିଂଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ସିଂହ ସ୍ୱାଗତ ଭାଷଣ ରଖିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମଧୁସ୍ମିତା ମାର୍ଥା, ଇରା ମହାନ୍ତି, ପ୍ରତିମା ଦେଓ, ରଶ୍ମି ରାଜଗୁରୁ, ରବର୍ଟ ହାଇଫିଲ, ସାଗରିକା ନାୟକ, ସୁମତୀ ସାହୁ, କଳ୍ପନା ଭୁଜବଳ, ପ୍ରତିମା ରାୟ, ରଶ୍ମି ବଢେଇ, ସୀମା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.