csstore

ଗାବ୍ରିଏଲ ପୂର୍ତ୍ତି ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ରାମଯୋଡି ଗ୍ରାମ ପଞ୍ଚାୟତରେ ନେତାଜୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଦୁଇଦିନିଆ ପ୍ରଥମ ଗାବ୍ରିଏଲ ପୂର୍ତ୍ତି ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଅବସରରେ ରଘୁନାଥପାଲ୍ଲୀ ବିଧାୟକଙ୍କ ପ୍ରତିନିଧି ଉମେଶ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳର ବିଜୟୀ ଦଳକୁ ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଆର୍‌ ନାୟକ, ସରପଞ୍ଚ ସୁରଜ ଧାନୱାର ପ୍ରମୁଖ ଉପସ୍ଥିତ ଥିବାବେଳେ କ୍ଲବର ସଭାପତି ଯୋଗେନ୍ଦ୍ର ବିଂଝିଆ, ସମ୍ପାଦକ ବିଶ୍ୱନାଥ ପ୍ରଧାନ ଏବଂ ସଦସ୍ୟ ଦୀପକ ପୂର୍ତ୍ତି, ନାରାୟଣ ବିଂଝିଆ, ରତିକାନ୍ତ ବିଶୋଇ, ଉପେନ୍ଦ୍ର ଗଂଝୁ, କୃଷ୍ଣ ବିଂଝିଆ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଅନୁଷ୍ଠିତ ଚୂଡାନ୍ତ ପ୍ରତିଯୋଗିତାରେ ଆମଝରଣ ଗ୍ରାମର ଆନ୍ସ ବ୍ରଦର୍ଶ ବିଜୟୀ ହୋଇଥିବା ବେଳେ ନୂଆଁଗାର ବାଲୁମା ଫିଏଫସି ଉପବିଜେତା ହୋଇଥିଲେ ।

jayashree
Leave A Reply

Your email address will not be published.