jayashree

କପିଲାଭଟା ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଯାପିତ

-ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବା ସହ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରାର ସୁରକ୍ଷା ଓ ପ୍ରଚାର ପ୍ରସାର ହେଉଛି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ଚାଲିଥିବା ୩ୟ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପାର୍ଥ ହଂସଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ନଟବର ବେହେରା, ସମ୍ମାନୀତ ଅତିଥି ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, ବିଧାୟକଙ୍କ ପ୍ରତିନିଧି ବସନ୍ତ ମେହେର, କଣ୍ଟାବାଞ୍ଜି ବିଜେପି ବିଧାନସଭା ସଂଯୋଜକ ଯୌବନ ବାଗ, କପିଲାଭଟା ପଂଚାୟତ ସମିତି ସଭ୍ୟ କେଦାର ଭୋଇ, ବିଶିଷ୍ଟ ଶିକ୍ଷାବିତ ଭୁରିଶ୍ରବା ବିଶି, ସମାଜସେବୀ ଦୁର୍ଦ୍ଦକ୍ଷ ହଂସ, ମାଁ ସାହାଜି ଯୁବକ ସଂଘର ସଂଯୋଜକ ପୃଥ୍ୱୀରାଜ ବାଗ, ସ୍ୱେଚ୍ଛାସେବୀ ଅଶୋକ କୁମାର ବିଶି, ବଳଧା ନାଏବ ସରପଞ୍ଚ ବିକ୍ରମ ପୋଢ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବ ମାଧ୍ୟମରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବା ସହିତ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରାର ସୁରକ୍ଷା ଓ ପ୍ରଚାର ପ୍ରସାର ହୋଇପାରୁଛି । ସ୍ଥାନୀୟ କଳାକାର ନିଜ କଳା, ପ୍ରତିଭାର ପ୍ରଦର୍ଶନର ସୁଯୋଗ ପାଇପାରୁଛନ୍ତି । ଭାଇଚାରା, ଏକତାର ବାର୍ତ୍ତା ଦେଉଛି ଏହି ଗିରିଗୋବର୍ଦ୍ଧନ ମହୋତ୍ସବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅନୁଷ୍ଠାନର ଉତ୍ତରୋତ୍ତର ପ୍ରଗତି କାମନା ସହ ଆୟୋଜକଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଶତପ୍ରାଣ ପ୍ରୟାସ କରିଥିବା ଆୟୋଜକ କମିଟିଙ୍କୁ ଅତିଥିମାନେ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆବାହକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ ସଂଯୋଜନା କରିଥିଲେ । ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତି , କଣ୍ଟାବାଞ୍ଜି ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ବେଳପଡ଼ାର ମଞ୍ଚ ଉପସ୍ଥାପକ ସୁଶୀଲ କୁମାର ପୋଢ଼, ବରତୁଣ୍ଡାର ଯୁବ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ, ବଙ୍ଗୋମୁଣ୍ଡା ଅଞ୍ଚଳର ଯୁବ ସାମ୍ବାଦିକ ରାଧେଶ୍ୟାମ ମେହେର, କପିଲାଭଟାର ଯୁବ ଗୀତିକାର ଅନନ୍ତରାମ ହଂସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାର କଳାକାର ମାନଙ୍କ ଦ୍ୱାରା ମାଁ ମଙ୍ଗଳା ଭାରତ ଲୀଲା ମଂଚସ୍ଥ ହୋଇଥିଲା । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ । ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.