csstore

ଲୋକନାଥ +୨ ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ସ୍ଥିତ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେଶ୍ୱର ପଧାନଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରିଷିଡା ଜେ. କେ. ମହାବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ ଚୌଧୁରୀ, ମୁଖ୍ୟ ବକ୍ତା ଭାବେ ଗୌରଗୋଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ରଣା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ଘନଶ୍ୟାମ ବଗର୍ତ୍ତୀ, ପିତାମ୍ବର ନାଗ, କ୍ଷିତିପତି ପଧାନ, ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ, ଅଲାତରା ସରପଞ୍ଚ ସସ୍ମିତା ନାଗ, ଅଭିମନ୍ୟୁ ସାହୁ, ଈଶ୍ୱର ଚନ୍ଦ୍ର ସାହୁ, ଧର୍ମେନ୍ଦ୍ର ନାୟକ ଉପସ୍ଥିତ ରହି ଶିକ୍ଷାର ମହତ୍ତ୍ୱ ଉପରେ କହିଥିବା ବେଳେ ଗୋଛାଡେଙ୍ଗନ ସରପଞ୍ଚ ତଥା ପରିଚାଳନା କମିଟି ଅଧ୍ୟକ୍ଷ ଡ. ସୁରେଶ କୁମାର ପଧାନ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପକ ମଳୟ ଚନ୍ଦ୍ର ସାହୁ ଓ ମୋତିଲାଲ ପଧାନ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.