csstore

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ସୁନିଲ ଅଗ୍ରୱାଲ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓ ହରିହର ସାହୁ ସନ୍ଧ୍ୟା କାଳାଂଶରେ ଅତିଥି ଭାବରେ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଃଙ୍କ ବିଷୟରେ ପ୍ରବଚନ ଦେଇଥିଲେ । ପ୍ରାତଃ କାଳାଂଶରେ ନାଟ୍ୟକାର କେଶ ରଂଜନ ପଧାନ ଓ ଭାରତ ବିକାଶ ପରିଷଦର ଜୟନାରାୟଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ସମୋରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏ. ବି. ଇ. ଓ ରାଜ ବୋରାସମ୍ବର ବ୍ଲକ ଶିବପ୍ରସାଦ ଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁଷ୍ପାର୍ଚ୍ଚନା କରିଥିଲେ । ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସମ୍ପାଦକ ଭକ୍ତଚରଣ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଭାରତୀୟ ଚିନ୍ତନ ଆଧାରରେ ଆଚାର୍ଯ୍ୟ ଜୀବନ ଶୈଳୀ ବିଷୟରେ ଆଲୋଚନା କରିଥିଲେ । ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ କାର୍ଯ୍ୟଶାଳାର ବୃତ୍ତ କଥନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଭାପତି ପୃଥିରାଜ ସାହୁ, ପୂର୍ବତନ ଛାତ୍ର ଆଶିଷ କୁମାର ବଂଶଲ, ଜିଲ୍ଲା ସହ ପ୍ରମୁଖ ମନୋଜ କୁମାର ପଣ୍ଡା, ପଦ୍ମପୁର ସଂଘ ଚାଲକ ରୋହିତ କୁମାର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ମାତୃ ଭାରତୀର ସଭ୍ୟା ବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟଶାଳାଟିରେ ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୧୪୦ ଜଣ ଗୁରୁଜୀ, ଗୁରୁମା ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.