pakka

ଶ୍ରୀରାମଲୀଳା ପୂଜା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନବଦିନାଙ୍କ ବୈଠକି କୀର୍ତ୍ତନ ଉଦ୍‌ଯାପନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦର ବ୍ଲକ ସଦାଇପାଲି ଗ୍ରାମବାସୀଙ୍କ ତରଫରୁ ଶ୍ରୀରାମଲୀଳା ପୂଜାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନାଟକ ବଦଳରେ ନବଦିନ ବ୍ୟାପୀ ଚାଲିଥିବା ବୈଠକି କୀର୍ତ୍ତନ ଆଜି ଉଦ୍‌ଯାପନ ହୋଇଯାଇଛି । ଆୟୋଜକ କମିଟି ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଏବଂ ମାହେଶ୍ୱରୀ ରାମଜୀ କୀର୍ତ୍ତନ ପାର୍ଟିର ଗାୟକ ରତ୍ନ ଶମ୍ଭୁ ପ୍ରସାଦ ନାଏକ, ରାଜେନ୍ଦ୍ର ମିଶ୍ର, ଶ୍ରୀବତ୍ସ ଚନ୍ଦନ, ଗୌରୀ ନାଏକ, ମାଖନୁ ପରୁଆ, ଗଣେଶ ପଟେଲ ତଥା ରାଧେ ରାଧେ ସଂକୀର୍ତ୍ତନ ଦଳର ସୁଲୋଚନା ମିଶ୍ର, ବାସନ୍ତୀ ନାଏକ, ସୁରଭା ସାଏ, ଧାଈ ଭୋଇ, ଗୁରୁବାରୀ ଚନ୍ଦନ, ପଦ୍ମିନୀ ସେଟ ପ୍ରମୁଖ ଆୟୋଜନ କରିବାରେ ସକ୍ରିୟ ଭୂମିକା ତୁଳାଇଥିଲେ । ଏହି ବୈଠକି କୀର୍ତ୍ତନ ସମାରୋହରେ ମିର୍ଦ୍ଧାପାଲି, ସଦାଇପାଲି(ପୁରୁଷ), ସଦାଇପାଲି(ମହିଳା), ଗେର୍ଡି, ଝାରବଲାଙ୍ଗିର, ବୁବେଲ, ସାଲେଭଟା ଏବଂ ବରଗଡ ଜିଲ୍ଲାର ଅନୁଗୁଲ ଓ ସାନକୁଞ୍ଜାରୀ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଉଚ୍ଚକୋଟୀର ସଂକୀର୍ତ୍ତନ ହେଉଥିବା ହେତୁ ଗ୍ରାମ ତଥା ଆଖପାଖ ଗ୍ରାମର ଶହ ଶହ ଶ୍ରଦ୍ଧାଳୁ ପ୍ରତ୍ୟେହ ଯୋଗଦାନ କରୁଥିଲେ । ପୁରୁଣା ରାମଲୀଳା କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ତନ୍ମଧ୍ୟରୁ ୧୯୪୯ରୁ ଆରମ୍ଭ ହୋଇଥିବା ପ୍ରଥମ ୧୪ ବର୍ଷର ତିନି ଜଣ ରାମଲୀଳା କଳାକାର ତିର୍ଥ ସାହୁ, ପବିତ୍ର ନାଏକ, ଲୋହିତ କୁମର ନାଏକଙ୍କ ସହିତ ଅବିନ୍ଦ୍ର ସେଠ, ବୈଷ୍ଣବ ବାଗ, ଚମ୍ପେଶ୍ୱର ନାଏକ, ଯୋଗିନ୍ଦ୍ର ସେଠ, ଧୁବା ପୋଢ, ସହଦେବ ସାଏ ଓ ସାନନ୍ଦ ନାଏକଙ୍କୁ ସମର୍ଦ୍ଧିତ କରାଯାଇଥିଲା । ପୁନଶ୍ଚ ଗତ ୧୪ ବର୍ଷ ଅଭିନୟ କରିଥିବା ସତ୍ୟବାଦୀ ନାଏକ, ନନ୍ଦଲାଲ ସାଏ, ସୁଗ୍ରୀ କରଣ, ଜଗଦିଶ ବଢେଇ, ସୁନାଧର ନାଏକ, ଶମ୍ଭୁ ପ୍ରସାଦ ନାଏକ, ନିରାକାର ସାଏ, କିଶୋର କୁମାର ମିଶ୍ର, ବିଜୟ ପ୍ରସାଦ ମିଶ୍ର, ରାଜେନ୍ଦ୍ର ମିଶ୍ର, ଭଜରାମ ମିଶ୍ର, ଶ୍ରୀରାମ ଚଉଲିଆ, ଜଗ ଭୁଏ, ହର ବଗର୍ତ୍ତି, ରାମଦାସ ଭୁଏ, ଅଶୋକ ପଟେଲ, ରୁଦ୍ର ପ୍ରସାଦ ସାଏ, ରବି ରାଉତ, ରାଜେଶ ରାଉତ, ଦିଲିପ ରାଜ ନାଏକ, ପ୍ରତାପ ନାଏକ ଓ ପଦାର୍ଥ ଭୂଏଙ୍କୁ ସମ୍ମାନିତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ, କଳାକାର ତଥା ଶିକ୍ଷାବିତ୍‌ ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଡା. ପ୍ରମୋଦ କୁମାର ମିଶ୍ର, ବିରଂଚି ସାଏ ଓ ରମେଶ ଚନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଶେଷରେ ସଂକୀର୍ତ୍ତନ କଳାକାର ତଥା ସମାଜସେବୀ ସୁଲୋଚନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eighteen + 3 =