csstore

ବାଙ୍କେଲ ଗ୍ରାମରେ ଦୁଇଦିନିଆ ସ୍ୱର୍ଗତା ସଜନା କୁମ୍ଭାର ସ୍ମାରକୀ ଆଥଲେଟିକ ମିଟ୍‌ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଙ୍କେଲ ଗ୍ରାମରେ ୨ୟ ବର୍ଷ ପାଇଁ ଦୁଇ ଦିନିଆ ସ୍ୱର୍ଗତା ସଜନା କୁମ୍ଭାର ସ୍ମାରକୀ ଆଥଲେଟିକ୍ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଶେଷ ଦିନରେ ଅନୁଷ୍ଠିତ ହୋଇଥିବା ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସନ୍ତୋଷ ମହାନ୍ତି, ସଭାପତି ଲାୟନ୍ସ କ୍ଳବ୍, ଟିଟିଲାଗଡ଼ ଓ ସମ୍ମାନୀତ ଅତିଥି ଭାବରେ ସତ୍ୟ ପୃଷ୍ଟି, ପ୍ରହଲ୍ଲାଦ ସାହୁ, ହେମନ୍ତ ବାଗ, ଉମା ବେହେରା ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାକୁ ସ୍ୱର୍ଗତା କୁମ୍ଭାରଙ୍କ ଚାରି ପୁଅ ଆଲୋକ ରଂଜନ ବାଇ, ପ୍ରକାଶ ବାଇ, ପ୍ରଦୀପ କୁମାର ବାଇ ଓ ଶେଷଦେବ ବାଇ ଆୟୋଜନ କରିଥିଲେ । ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଭୋଜରାଜ ଗହିର, ତଥାଗତ ବଗର୍ତ୍ତି ଓ ଆଶିଷ ପୁଟେଲ । ଏହି କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ ବନବାସ ସାହୁ, ଦିନେଶ ସୁନା, ଭରିଶୁବା ପାଣ୍ଡେ, କ୍ଷମାନିଧି ବନଛୋର, ପାର୍ଥରାମ ଭୋଇ, କାର୍ତ୍ତିକ ପୁଟେଲ, ଚନ୍ଦ୍ର ବାଗ, ରଘୁ ସୁନା, ଗଣ ଦୀପ, ଦେବାନନ୍ଦ ପାଣ୍ଡେ, ଲଳିତ ପୁଟେଲ, ଭବାନୀ ପୁଟେଲ, ପୂର୍ଣ୍ଣଚନ୍ଦ୍ର ପୁଟେଲ, ଯୁଗଲ ପୁଟେଲ ଓ ଟିକେଶ୍ୱର ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.