csstore

ନଅଗାଁ (ଖ) କଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରାଥମିକ ବିଦ୍ୟାଳୟଠାରେ ପଲ୍ଲୀ ଆଲୋକ ପାଠାଗାରର ପ୍ରତ୍ୟକ୍ଷ ସହଯୋଗ ଓ ତତ୍ଵାବଧାନରେ କଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବକୃତା, ଗୀତ, ନାଚ, ଚିତ୍ରାଙ୍କନ, କୁଇଜ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ୧୦ ଗୋଟି ବିଦ୍ୟାଳୟରୁ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଲଳିତ ମୋହନ ସାହୁ, ଗଜେନ୍ଦ୍ର ଦଣ୍ଡସେନା, ଅବସରପ୍ରାପ୍ତ ପୋଲିସ ଅଧିକାରୀ ନରସିଂହ ସାହୁ, ସଦାନନ୍ଦ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତରଣୀ ସମାରୋହକୁ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ପରିଚାଳନା କରିଥିଲେ । କଷ୍ଟର ସିଆରସିସି ହୃଷିକେଶ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.