ପୁରେନାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ : ଯୋଗଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଅଙ୍ଗନଦୀ କୂଳରୁ ୧୦୮ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ବାଦ୍ୟ, ଖୋଲ, ତାଲ, ସଂକୀର୍ତ୍ତିନ୍ୟ ନୃତ୍ୟ ପରିବେଷଣରେ ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା ଓ ଦେବ ଆବାହନ କରିବା ସହ ଯଜ୍ଞ ମଣ୍ଡପ ଘଣ୍ଟ, ଶଙ୍ଖ, ହୁଲହୁଲି, ଖୋଲ, ତାଲ, ବାଦ୍ୟ ସହିତ ପୁରେନା ସଂକୀର୍ତ୍ତନ ଦଳ ପକ୍ଷରୁ ଅଧିବାସ କରି ନାମାରମ୍ଭ ହୋଇଥିଲା । ପ୍ରଥମ ଦିବସରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନାମଯଜ୍ଞ ଉତ୍ସବରେ ଯୋଗଦେଇ ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ତୃତୀୟ ଦିନରେ ନାମଯଜ୍ଞ ଉଦ୍‌ଯାପିତ ଉତ୍ସବରେ ନାମ ସମାପନ ସହ ପୂର୍ଣ୍ଣାହୁତି, ଦହି ହାଣ୍ତି ଭଗ୍ନ ପରେ ପୁରେନା ଗ୍ରାମବାସୀ ଦ୍ୱାରା ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକି ଉତ୍ସବରେ ନିମନ୍ତ୍ରିତ ସଂକୀର୍ତ୍ତନ ଦଳମାନଙ୍କୁ ଉତ୍ସାହିତ କରିବା ପାଇଁ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନଗର ପରିକ୍ରମା ସହ କଳସ ବିସର୍ଜନ ଆଦି ସମାପନ ହୋଇଯାଇଛି । ଏଥିରେ ଯଜ୍ଞ କର୍ତ୍ତା ଭାବେ ଜ୍ଞାନ ରଞ୍ଜନ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଝରଣା ଦାସ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଦକ୍ଷ ପଣ୍ଡିତ ତରଣୀସେନ ଦାସ ଓ ପୂର୍ଣ୍ଣଚନ୍ଦ୍ର ଦାସ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ କରିଥିଲେ । ନାମଯଜ୍ଞରେ ନିମନ୍ତ୍ରିତ ଦଳ ମିଠାପାଲି (ରଙ୍ଗିନ ଝିଅ ଦଳ), ପଟେଲପଡା (ରଙ୍ଗିନ ଝିଅ ଦଳ), ପାଲିପଡା (ରଙ୍ଗିନ ଝିଅ ଦଳ), ଭାଜିପଲ (ରଙ୍ଗିନ ଝିଅ ଦଳ), ମିଠାପାଲି (ଉଦଣ୍ଡ ଝିଅ ଦଳ), ପାଇକମାଲ (ଉଦଣ୍ଡ), ନିଲଜିପତରା (ଉଦଣ୍ଡ), ପୁରେନା – ୧, ପୁରେନା – ୨ ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗ ଓ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା । ଆଖପାଖ ଅଞ୍ଚଳରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମହାମନ୍ତ୍ର ଧ୍ୱନୀରେ ପୁରେନା ଗ୍ରାମର ଏକ ପବିତ୍ର ଆଧ୍ୟାତ୍ମିକ ପରିବେଶ ଭିତରେ ସମସ୍ତେ ଭଗବାନଙ୍କ ନାମାମୃତ ପାନ କରିବା ସହ ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ଯଜ୍ଞ ପରିଚାଳନା କମିଟି ଯଶଦିଓ ସିଂ, ଗଣପତି ଦାଉ, ଜିତେନ୍ଦ୍ର ମହାନ୍ତି, ମୋତିଲାଲ ଧରୁଆ, ସୁରେନ୍ଦ୍ର ନାଏକ, ଖଗେଶ୍ୱର କରେଇ, କରୁଣାକର ଡନସନା, ଆନନ୍ଦ ପୁଟା, ଦୁର୍ଯ୍ୟୋଧନ ପୁଟା, ଧିରେନ ମହାନ୍ତି, ଦୟାନନ୍ଦ ମାଝୀ, ପଦୁ ଲୋଚନ ବିନାଟ, ଡୋଲାମଣି ସିଂ, ହରେକୃଷ୍ଣ ଡନସନା, ଚିତ୍ରସେନ ଧରୁଆ, ଖଗେଶ୍ୱର ଧରୁଆ, ଫଗୁଲାଲ ବଗର୍ତ୍ତି, ଲବୁ ହଂସ, କୁମରମଣି ଡନସନା, କୁଳବୀର ପୁଟା, ଭାରତ ପୁଟା, ଅଶ୍ୱିନୀ ଧରୁଆ, ତେଜରାମ ଡନସନା, ଡୋଲାମଣି ନିଆରି, କେଶବ ଧରୁଆ, କୁଳମଣି ଭୋଇ, ହେମନ୍ତ ଭୋଇଙ୍କ ସମେତ ଯୁବ ଗୋଷ୍ଠୀ, ମହିଳା ଗୋଷ୍ଠୀ ଓ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 + four =