jsm

ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗିକରଣ ତାଲିମ ଶିବିର ଉଦ୍‌ଯାପିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗିକରଣ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହା ଗତ ୨୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ପାଇକମାଲ ବ୍ଲକର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅବସରପ୍ରାପ୍ତ ଶିଶୁ ପ୍ରକଳ୍ପ ଅଧିକାରୀ ସନ୍ତୋଷିନୀ ଗିରି ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସହ ଗୋଷ୍ଠୀ ଅଧିକାରୀ ଶିବ ପ୍ରସାଦ ଯୋଶୀ ଓ ରାଧେଶ୍ୟାମ ମେହେର ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ । ତାଲିମଦାତା ଭାବେ ମଣି ମହାନନ୍ଦ, ମହେଶ ହରିପାଲ, ରଂଜନ ବାଗ ଯୋଗ ଦେଇଥିଲେ । ମହାଦେବ ବେହେରା, ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ସାହୁ, ହେମସାଗର ସାହୁ, ବୁଦ୍ଧଦେବ ବିଶି, ସୁଦର୍ଶନ ମହାକୁର, ବିକାଶ ମିଶ୍ର, ରାମନାଥ ବାଗ, ଅନୁପମା ବରିହା, ମଧୁସ୍ମିତା ମେହେର, ଅନୁପମା ନାଥ ଶର୍ମା, ଦୀପାଞ୍ଜଳି ବରିହା, ଶୋଭରାନୀ ବଜ୍ରବାହୁ, ହିରାବତୀ ମହାପାତ୍ର, ନିଧି ମେହେର, ବିଶ୍ଵନାଥ ସେଠ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ତାଲିମରେ ଦଳଗତ ଆଲୋଚନା, ନାଟ୍ୟ ରୂପାନ୍ତର ମାଧ୍ୟମରେ ଲିଙ୍ଗଜନିତ ଭେଦ ଭାବ ସମ୍ବେଦନଶୀଳତା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

yuvodaya
Leave A Reply

Your email address will not be published.