pakka

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀ ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବଠାରେ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏ ପାର୍ବଣରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମ ଶରଣ ହୋତା ଯୋଗଦେଇ ସେବା ମାଧ୍ୟମରେ ହିଁ ନୈତିକତାର ବିିକାଶ ହେବା ସହିତ ସୁସ୍ଥ ସମାଜ ଗଠନ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଆଦର୍ଶ ପୁରୁଷ ତୁଳସୀ ଜୈନ ଯୋଗଦେଇ ବୃଦ୍ଧ ପିତାମାତାଙ୍କ ଓ ଦୁଃସ୍ଥ ଜନଙ୍କ ସେବା ହିଁ ମଣିଷକୁ ସାଧାରଣ ମାନବରୁ ମହାମାନବ କରି ଗଢି ତୋଳିବା ସହିତ ଆତ୍ମ ଦର୍ଶନ କରିଥାଏ ବୋଲି ବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ କସ୍ତୁରୀ ରଥ ଅତିଥି ପରିଚୟ କରିଥିବା ବେଳେ ଜ୍ୟୋତି ରାଣୀ ମିଶ୍ର ବେଦ ପଠନ କରିଥିଲେ । ସ୍ୱାଗତ ସଂଗୀତ ଗାନ କରିଥିଲେ ସୁଶ୍ରୀ ସଂପୂର୍ଣ୍ଣା ଅବସ୍ତି । ମଂଚାସୀନ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା “ପରହିତେ ପ୍ରଭାକର” ଉନ୍ମୋଚିତ ହୋଇଥିଲା । ଏ ପାର୍ବଣରେ ନିଷ୍ଠାପର ସେବା ପାଇଁ ଅନିଲ କୁମାର ନନ୍ଦଙ୍କୁ ପ୍ରଭାକର ରଥ ସ୍ମୃତି ସମ୍ମାନ ଏବଂ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ମଧ୍ୟବର୍ତ୍ତିତାରେ ସମ୍ମାନିତ କରାଯାଇଥିଲା । ଏହା ଛଡା ବିଶିଷ୍ଟ ନାଗରିକ ସମ୍ମାନରେ ଚୈତନ୍ୟ ଦାସ ଠାକୁର (ମରୋଣତ୍ତର), ନରସିଂହ ପ୍ରସାଦ ଗୁରୁ, ପ୍ରାଣବନ୍ଧୁ ନାୟକ, ସୌଦାମିନୀ ଉଦ୍‌ଗାତା, ଡା. ଜ୍ୟୋସ୍ନାମୟୀ ମହାପାତ୍ର, ଡ. ଘାସିରାମ ମିଶ୍ର, ସତ୍ୟବନ୍ତ ବେଦବାକ୍‌, ନିଳମଣି ମିଶ୍ର, ବିକ୍ରମାନନ୍ଦ ବହିଦାର ଓ ଜଗଦାନନ୍ଦ ଛୁରିଆଙ୍କୁ ସମ୍ମାନିତ କରାଯାଇଥିଲା । ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମଦନ ମୋହନ ରଥ ଓ ତାଙ୍କ ଧର୍ମପତ୍ନୀ ସଂଜୁଲତା ମିଶ୍ରଙ୍କୁ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଜୟରାମ ମିଶ୍ର ଓ ସଂପାଦକ ମଧୁ ସାହୁଙ୍କ ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ସମର୍ପିତ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ରତ୍ନମୟ ତ୍ରିପାଠି, ଚୁଡେନ୍ଦ୍ର କୁମାର ବେହେରା, ଅରୁଣ ଖୁଆସ, ହୃଷିକେଶ ପୁରୋହିତ, ଦୁର୍ଗାଚରଣ ସାହୁ, କେଶବ ମିଶ୍ର, ଡ. ଅଶୋକ କୁମାର ସେଠୀ, ଶୁଭେନ୍ଦ୍ର ନେପାକ, ଧିରେନ୍ଦ୍ର ନାରାୟଣ ସିଂଦେଓ ଓ ଆଦ୍ୟାଶକ୍ତି ନାରୀ ସଂଗଠନର ସମସ୍ତ କର୍ମକର୍ତ୍ତା । ଶେଷରେ ଆବାହକ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

9 − seven =