pakka

ସମଲେଶ୍ୱରୀ ମନ୍ଦିରରେ ଭକ୍ତ ପ୍ରଶାସନ ମୁହାମୁହିଁ : ସବୁଜ ରଙ୍ଗକୁ ନେଇ ବିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଓ ଅଧିକାରୀମାନେ ମହାମୁହିଁ ହୋଇଥିଲେ । ସୂଚନା ଅନୁସାରେ କିଛି ଦିନ ତଳେ ମନ୍ଦିରର କିଛି ଅଂଶ ଭାଙ୍ଗି ଯାଇଥିବାରୁ ବଲାଙ୍ଗିରର ଭକ୍ତମାନଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଶାସନ ମନ୍ଦିର ମରାମତି ପାଇଁ କାମ ଆରମ୍ଭ ହୋଇଥିବା ବେଳେ ବର୍ଷର ଶେଷ ଦିନ ୩୧ ତାରିଖ ସନ୍ଧ୍ୟାରେ ପୋଲିସ, ପ୍ରଶାସନ ଓ ଭକ୍ତ ମହାମୁହିଁ ହୋଇଥିଲେ । ପ୍ରଶାସନ ତରଫରୁ ମନ୍ଦିର ସାମନା ସବୁଜ ରଙ୍ଗକୁ ନେଇ ବିବାଦ ହୋଇଥିଲା । ଦେବୀଙ୍କ ପୀଠରେ ସବୁଜ ରଂଗ ନିଷେଧ ଥିବାରୁ ତାହା ପ୍ରଶାସନ କାହା ଚାପରେ କାର୍ଯ୍ୟ କରିଛନ୍ତି ବୋଲି ଭକ୍ତ ମନରେ ଅସନ୍ତୋଷ ଥିଲା । କିଛି ଭକ୍ତ ପ୍ରଶାସନ ରଙ୍ଗ ଲଗାଇଥିବାରୁ ବିରୋଧ କରି ଗେରୁଆ ରଂଗ ଲଗାଇ ଦିଆହୋଇଥିବା ବେଳେ ପୋଲିସ ଆସି ବନ୍ଦ କରିଦେଇଥିଲା । ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଆସି କାମ ବନ୍ଦ କରିଦେଇଥିଲେ । ଆଜି ଏହି ଘଟଣାକୁ ନେଇ ଆଳତି କମିଟି ଘୋର ନିନ୍ଦା କରିଛି ଏବଂ ଆଗାମୀ ଦିନରେ ଆନ୍ଦୋଳନର ଚେତାବନି ଦେଇଛି ।

Leave A Reply

Your email address will not be published.

five × three =