ଦୀର୍ଘ ସମୟ ଧରି ହସ୍ପିଟାଲରେ ଅସହାୟ ବୃଦ୍ଧା ମହିଳାଙ୍କ ଶବ ପଡିରହିବା ପରେ ଉଦ୍ଧାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ
ବଲାଙ୍ଗିର, (କେପିଏନ୍ଏସ୍) : ଗତ କାଲି ବିଳମ୍ବିତ ରାତିରେ ଡୁଙ୍ଗୁରିପାଲି ଗ୍ରାମର ଅସହାୟ ବୃଦ୍ଧା ମହିଳା ଗୌରୀ ଭୋଇଙ୍କ(୬୫) ଭୀମ ଭୋଇ ହସ୍ପିଟାଲର ମହିଳା ମେଡ଼ିସିନ ୱାର୍ଡରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କ ଶବଟି ରାତି ସାରା ମେଡ଼ିସିନ ୱାର୍ଡରେ ପଡ଼ିରହିଥିଲା ସକାଳୁ ଖବର ପାଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ ଓ ଅଜୟ କୁମାର ନାଗ ପହଞ୍ଚି ପୋଲିସର ଉପସ୍ଥିତିରେ ଶବକୁ ୱାର୍ଡରୁ ଆଣି ହସ୍ପିଟାଲର ଫ୍ରିଜରରେ ରଖାଯାଇଛି । ପୋଲିସ ତାଙ୍କ ଘରକୁ ଯୋଗାଯୋଗ କରୁଛି ଯଦି ଶବ ନେବା ପାଇଁ କେହି ନ ଆସନ୍ତି ତାହେଲେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସମ୍ମାନ ସହ ଶବକୁ ନେଇ ଶ୍ମସାନରେ ଶବ ଦାହ କରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।