ବୁଲା ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ଦଳ

ସମ୍ବଲପୁର : ଆଜି ସକାଳ ସମୟରେ ସ୍ଥାନୀୟ ଦୁର୍ଗାପାଲି ଠାରେ ନିର୍ମାଣାଧିନ ଫ୍ଲାଇ ଓଭର ବ୍ରିଜର ଏକ ପିଲର୍‌ର ସାଙ୍କୁରିଆ ଗୋଲେଇ ଠାରେ ଏକ ବୁଲା ଷଣ୍ଢ ଫଶି ରହି ଯାଇଥିଲା । ବହୁ ଚେଷ୍ଟା ସତ୍ୱେ ଷଣ୍ଢକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନ ପାରିବାରୁ ଅଗ୍ନିଶମ ଦଳକୁ ଖବର ଦେବାରୁ ଏକ ୬ ଜଣିଆ ଦଳ ପ୍ରାୟ ୨ ଘଣ୍ଟାର କଠିନ ପରିଶ୍ରମ କରି ଉକ୍ତ ଷଣ୍ଢକୁ ଉଦ୍ଧାର କରିଥିଲେ । ଏଭଳି ଅନେକ ସମୟରେ ବୁଲା ପଶୁ ଗୁଡିକ ସାଙ୍କୁରିଆ ସ୍ଥାନରେ ଫସି ଯାଉଥିବା ବେଳେ ଅଗ୍ନିଶମ ବିଭାଗ ଦଳ ସେମାନଙ୍କୁ ଉଦ୍ଧାର କରୁଥିବାର ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.

twenty − 3 =