pakka

ଲାଞ୍ଚ ନେଲା ବେଳେ ଧରାପଡିଲେ ବିଇଓ ଅଫିସର ମୁଖ୍ୟ କିରାଣୀ

kalikesh

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନାଯୋଗ୍ୟ, କଲମପୁର ବ୍ଲକ ମାଠିଆପଡା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ନାଏକଙ୍କୁ ତାଙ୍କ ଜିପିଏପ୍‌ ଟଙ୍କା ଶୀଘ୍ର ଉଠାଇ ଦେବାକୁ କହି ମୁଖ୍ୟ କିରାଣୀ ହରିଜନ ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାଏକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଶୁକ୍ରବାର ଶିକ୍ଷା ବିଭାଗ କାର୍ଯ୍ୟାଲୟରେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ହରିଜନ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲେ । ଲାଞ୍ଚ ଟଙ୍କା ଜବତ ସହ ହରିଜନଙ୍କୁ ଗିରଫ କରିଥିଲେ । ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତିକୁ ନେଇ ତଦନ୍ତ କରାଯାଉଥିବା ଜଣାପଡିଛି । ଏହା ସହ ତାଙ୍କ ଗାଁ ଜୁନାଗଡ଼ ବ୍ଲକ ମଥୁରାସ୍ଥିତ ବାସ ଭବନ ଓ ତାଙ୍କ ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିବା ଜଣାପଡିଛି । ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା ନଂ (୧୮/୨୨) ରୁଜୁ ହୋଇଛି ।

pp
Leave A Reply

Your email address will not be published.

one × 3 =