pakka

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ବାଙ୍କୀ : ଓଡ଼ିଶା ରକ୍ତ ଭଣ୍ଡାର ଭୂବନେଶ୍ୱର ସହାୟତାରେ ସ୍ଥାନୀୟ ଡମପଡ଼ା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଚିତ୍ତରଞ୍ଜନ ରଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପରିଚାଳନାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ୩୮ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟ ତଥା ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିବା ସମ୍ପର୍କରେ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ମୁଖ୍ୟ ଅତିଥି ଭାବରେ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧ୍ୟାପିକା ପୁଷ୍ପଲତା ମହାପାତ୍ର, ବିମଳା ଦେଇ, ସମାଜସେବୀ ନଳିନୀ ରାୟ, ପ୍ରକାଶ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ରକ୍ତ ଭଣ୍ଡାର ପକ୍ଷରୁ ଟେକ୍‌ନିକାଲ୍‌ ସୁପରଭାଇଜର କୈବଲ୍ୟ ପ୍ରଧାନ, କାଉନସିଲର ସଂଘମିତ୍ରା ସ୍ୱାଇଁ ଓ ଲକ୍ଷ୍ମୀପ୍ରିୟା ସ୍ୱାଇଁ ପ୍ରମୁଖ ରକ୍ତଦାନ ଶିବିରକୁ ସଞ୍ଚାଳନ କରିଥିଲେ । ଅଧ୍ୟାପକ ତାପସ କୁମାର ମହାନ୍ତି, ଅଧ୍ୟାପିକା ସ୍ମୃତିସନ୍ଧ୍ୟା ଦାସଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × 5 =