p purohi

ଭାଲୁମୁଣ୍ଡାରେ ପ୍ରାଣୀଧନ ସହାୟକ କେନ୍ଦ୍ର ଉଦ୍‌ଘାଟିତ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାଠାରେ ପ୍ରାଣୀଧନ ସହାୟକ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ବ୍ଲକ ଉପାଧ୍ୟକ କେଶବ ନାରାୟଣ ଜୈନ, ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର, ଭାଲୁମୁଣ୍ଡା ସମିତି ସଭ୍ୟଙ୍କ ପ୍ରତିନିଧି ଶ୍ୟାମ ସାହୁ, ବଙ୍ଗୋମୁଣ୍ଡା ଭିଏସ ସନ୍ନ୍ୟାସୀ ଶତପଥି,ଏଭିଏସ ଡ଼. ପଲ୍ଲବୀ ପ୍ରିୟଦର୍ଶିନୀ, ଏଲଆଇ ରିକୁ ସାହୁ, ପୂର୍ବତନ ଜାମଖୁଣ୍ଟା ସରପଞ୍ଚ ବିଘ୍ନରାଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରାଣୀ ସହାୟକ କେନ୍ଦ୍ର ଉଦ୍‌ଘାଟନ କରାଯାଇଥିବାରୁ ଚାଷୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

nrusinghnath
Leave A Reply

Your email address will not be published.