csstore

ଭୁତିବାହାଲ ମହାଶିବରାତ୍ରୀ ମହୋତ୍ସବ ଉଦଘାଟିତ

ଗାଇସିଲାଟ, (କେପିଏନ୍‌ଏସ୍‌) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ବାବା ଧବଳେଶ୍ୱର ପୀଠରେ ମହାଶିବରାତ୍ରୀ ମହୋତ୍ସବ ବ୍ୟାସ ସରୋଜ ପାଣିଗ୍ରାହୀଙ୍କ ପୂଜାର୍ଚ୍ଚନାରେ ଉଦଘାଟିତ ହୋଇଯାଇଛି । ଗତକାଲି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇସଲପଦର ପଞ୍ଚାୟତର ସରପଞ୍ଚ ବିଳାସିନୀ ସାହୁ ତାଙ୍କ ସ୍ୱାମୀ କରମ ସିଂ ସାହୁ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ମେମ୍ବରଗଣ ଦିବ୍ୟ କିଶୋର ସାହୁ, ରସିକ ସାହୁ, ଫଟୁ ସାହୁ, ସତ୍ୟ ନାରୟଣ ସାହୁ, ବିବେକା ସାହୁ, ଅନ୍ତର୍ଯ୍ୟାମୀ ସେଠ, ଦେବରାଜ ସାହୁ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ଲିଙ୍ଗରାଜ ସାହୁ, ଲକ୍ଷ୍ମଣ ଯୁଆଡି, ମଙ୍ଗଲୁ ସାହୁ, ମନୋହର ଯୁଆଡ଼ି ନନ୍ଦଲାଲ୍ ନାଗ, ଦୁଃଖିଶ୍ୟାମ୍ ସାହୁ, ନୀଳାମ୍ବର ସାହୁ, ଘନଶ୍ୟାମ ସାହୁ, କବି ପଙ୍କଜ ଭୋଇ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ । ମଞ୍ଚ ପରିଚାଳନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ଶିବ ପ୍ରସାଦ ସାହୁ । ପରେ ବିଭିନ୍ନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଶିବ ତାଣ୍ଡବ, ଶିବ ଗାଥା, ଭଜନ ଓ ନୃତ୍ୟ ଗୀତରେ ଦର୍ଶକମାନେ ଝୁମି ଯାଇଥିଲେ । ସୂଚନା ଥାଉ କି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜାଗର ଯାତ୍ରାରେ ଏକ ଲକ୍ଷ ଏକ ଦୀପ ପ୍ରଜ୍ୱଳନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ପାରାୟଣ ଶ୍ରବଣ ଓ ବାବାଙ୍କର ଦର୍ଶନ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହେଉଛି । ଗ୍ରାମବାସୀଙ୍କର ସହଯୋଗରେ କାର୍ଯ୍ୟକ୍ରମ ଗୁଡିକ ସାଫଲ୍ୟ ମଣ୍ଡିତ ହେଉଛି ।

jayashree
Leave A Reply

Your email address will not be published.