csstore

୩୭ତମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଶିକ୍ଷା ବିକାଶ ସମିତି ଏବଂ ବିଦ୍ୟା ଭାରତୀ ସୌଜନ୍ୟରେ ଛତ୍ରପୁରର ଅଗ୍ରଣୀ ସଂଗଠନ ଯାହା ଶ୍ରୀରାମ ନଗରରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ଛତ୍ରପୁର ଷ୍ଟାଡିୟମରେ ୩୭ତମ ପ୍ରାଦେଶିକ ଖେଳକୁଦ ସମାରୋହ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସମାରୋହ ଶୁକ୍ରବାର ଉଦଘାଟିତ ହୋଇଥିବା ବେଳେ ଚଳିତ ରବିବାର ସନ୍ଧ୍ୟାରେ ଉଦଯାପିତ ହେବ ବୋଲି କୁହାଯାଇଛି । ୩ ଦିନ ଧରି ସମାହିତ ହୋଇ ଆସୁଥିବା ଏହି ପ୍ରାଦେଶିକ ଖେଳକୁଦ ସମାରୋହର ଉଦଘାଟନୀ ଉତ୍ସବକୁ ଦକ୍ଷିଣ-ପୂର୍ବ ସମ୍ଭାଗର ସଭାପତି ତାରା ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିଲେ । ଦକ୍ଷିଣ-ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ସମ୍ଭାଷଣ କରିଥିଲେ । ଛତ୍ରପୁରର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ କ୍ରୀଡ଼ା ସଂସ୍କୃତି ସାମାଜିକ ଦାୟିତ୍ଵ ନିର୍ବାହ କରିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଐତିହ୍ୟ ପରମ୍ପରା ଉପରେ ଖୁସି ବ୍ୟକ୍ତ କରି ଉଦ୍ୟକ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟିର ସଭାପତି ତଥା ହାଇକୋର୍ଟ ଓକିଲ ପଦ୍ମ ଚରଣ ସାହୁ, ସଂପାଦକ ଆଇନଜୀବୀ ସନ୍ତୋଷ କୁମାର ସାହୁ, ପ୍ରାନ୍ତୀୟ ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ର ଏବଂ ମୁଖ୍ୟବକ୍ତା ତଥା ଓଡିଶା ଶିକ୍ଷା ବିକାଶ ସମିତିର ସମ୍ପାଦକ ଡଃ. ସରୋଜ କୁମାର ହାତୀ ଉପସ୍ଥିତ ଥିଲେ । ସଭାରେ ଛତ୍ରପୁର ବିଧାୟକ ଶ୍ରୀ ନାୟକ ରାଜ୍ୟ ସ୍ତରୀୟ କ୍ରୀଡାକୁ ଆୟୋଜିତ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ସମସ୍ତ ଶିଶୁ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ । ଏହି ବର୍ଣ୍ଣାଢ଼୍ୟ ସମାରୋହରେ ପ୍ରାନ୍ତୀୟ ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମାହିତ ହୋଇଆସୁଅଛି । ଏହି କାର୍ଯ୍ୟକ୍ରମରେ ସାରା ଓଡିଶାରୁ ୬୫୦ ଜଣ ପ୍ରତିଯୋଗୀ ଏହି ଖେଳକୁଦ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଶେଷରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଂପାଦକ ଆଡଭୋକେଟ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.