csstore

ଆମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତ୍ରିଦିବସୀୟ ବାର୍ଷିକ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥୀ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା, ଶଙ୍କର୍ଷଣ ବେହେରା, ସୁରେନ୍ଦ୍ର ନାଏକ, ଗଣେଶ ବାଗ, ଶେଷଦେବ ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ବାର୍ଷିକ କ୍ରୀଡା ସମାରୋହକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ଅତିଥୀମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶରୀର ପାଇଁ କ୍ରୀଡାର ଆବଶ୍ୟକତା ଏବଂ ବାର୍ଷିକ କ୍ରୀଡା ହେଉଛି ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ଦକ୍ଷତା ପ୍ରଦର୍ଶନର ଏକ ସୁଯୋଗ ବୋଲି ଅତିଥୀମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯୁବ ରେଡ଼କ୍ରସ ପରାମର୍ଶଦାତା ବରିଷ୍ଠ ଶିକ୍ଷାବିତ ବିଭୁତି ଭୂଷଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ତ୍ରିଦିବସୀୟ କ୍ରୀଡା ସମାରୋହରେ ୨୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ୨୦ଟି ଇଭେଣ୍ଟରେ ଭାଗ ନେବେ ବୋଲି ସୂଚନା ମିଳିଛି । ଅଧ୍ୟାପକ ଡୋଲେଶ୍ୱର ମାଝୀ ଏବଂ ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁରେନ୍ଦ୍ର ନାଥ ବେହେରା କ୍ରୀଡା ପରିଚାଳନା କରୁଛନ୍ତି । ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.