jsm

ଦୀକ୍ଷାନ୍ତ ଯୋଜନାରେ ଲୋକ ନୃତ୍ୟ ନଚନିଆ କାର୍ଯ୍ୟକ୍ରମ ଶୁଭ ଉଦ୍‌ଘାଟିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାଧାରାଣୀପଡା ତାଳଭବନ ଓଡିଶା ଭାଷା ସାହିତ୍ୟ ସାଂସ୍କୃତିକ ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଅନୁଷ୍ଠିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଡ. ଗୁରୁଶ୍ରୀ ଘାସିରାମ ମିଶ୍ର ଏହି ସଭାକୁ ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ରଶ୍ମି ରଂଜନ ମିଶ୍ର, ଓଡିଶା ସଂଗୀତ ନାଟ୍ୟ ଏକାଡେମୀ ନବୀନ କୁଅଁର, ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ସଭାପତି ଜୟକୃଷ୍ଣ ମିଶ୍ର ଏବଂ ସାମ୍ବାଦିକ ମୁକେଶ ବହିଦାର ମଂଚାସୀନ ହୋଇଥିଲେ । ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଲାର କୋଣ ଅନୁକୋଣ ଗାଁର ଏବଂ ସହରର ଯୁବ କଳାକାର ୧୦ ଜଣ ଦୀର୍ଘ ପାଂଚ ମାସ ବାଦ୍ୟଯନ୍ତ୍ର ଓ ଗୀତ, ନାଚ ଓ ତାଳରେ ପ୍ରଶିକ୍ଷଣ ନେବେ । ଏ ପ୍ରଶିକ୍ଷଣକୁ ଶିକ୍ଷା ପ୍ରଦାନ କରିବେ ଗୁରୁଶ୍ରୀ ଘାସିରାମ ମିଶ୍ର । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଆୟୋଜନ ହୋଇଥିବା ବେଳେ ବଲାଙ୍ଗିରରେ ସ୍ଥାନ ପାଇଥିବାରୁ ବଲାଙ୍ଗିରର କଳାକାରମାନେ ଉପକୃତ ହେବେ ବୋଲି ଏବଂ ରାଜ୍ୟ ବାହାରୁ ବଲାଙ୍ଗିରରେ ଲୋପ ପାଇଯାଉଥିବା ନୃତ୍ୟ ଯାହାକି ବଜନିଆ ତାହା ଏବେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ସାମିଲ ହେବ । ଏଥିରେ ବାସୁ ସା, ପ୍ରଶାନ୍ତ ମହାକୁର, ଆହ୍ୱାନ ସା, ରୋଶନ ପ୍ରଧାନ, ସଂଜୟ ସାହୁ, ଟିକୁ କୁମ୍ଭାର, ପ୍ରତ୍ୟୁଷ କୁମାର ସା, ନୀଳମଣି ପରୁଆ, ତ୍ରିନାଥ ବରିହା, ରାଧାରାଣୀ ମିଶ୍ର ଉପସ୍ଥିତ ଥିଲେ । ଶେଷରେ ବିଦ୍ୟା ବାଗିଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.