
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ଓ ମାଝୀପାଲି ବସଷ୍ଟାଣ୍ଡରେ ସୋଲାର ଲାଇଟ୍ ସାଂସଦ ପ୍ରଦୀପ କୁମାର ପୁରୋହିତ ଓ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ରାସ୍ତା ଓ ଗୃହନିର୍ମାଣ ନିର୍ମାଣ ବିଭାଗ ପକ୍ଷରୁ ସୋଲାର ଲାଇଟ୍ ଲଗାଯାଇଛି । ଯାହା ଦ୍ଵାରା ଗ୍ରାମବାସୀମାନେ ବହୁ ଉପକାର ପାଇବା ସହ ସାଂସଦ ଶ୍ରୀ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଭୁଏଙ୍କୁ ସାଧୁବାଦ ଜଣାଇଛନ୍ତି । ବିଭାଗର ଏସି ମନୋଜ କୁମାର ପାଣ୍ଡେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ବରିଷ୍ଠ ଉପ ସଭାପତି ସରୋଜ ସାମଲ, ଆଇନଜୀବୀ ରାଜ କିଶୋର ସାହୁ, ପାଇକମାଲ ବିଜେପି ମଣ୍ଡଳ ସଭାପତି ଅକ୍ଷୟ ସାହୁ, ପାଇକମାଲ ପୂର୍ବତନ ମଣ୍ଡଳ ବିଜେପି ସଭାପତ କୈଳାଶ ଦିଶ୍ରୀ, ମହେନ୍ଦ୍ର ନାଏକ, ପୁରୁଷୋତ୍ତମ ନାଏକଙ୍କ ସହ ଉଭୟ ଗ୍ରାମର ଶତାଧିକ ମହିଳା ପୁରୁଷମାନେ ଉପସ୍ଥିତ ଥିଲେ ।