
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ନୃସିଂହନାଥ ଯିବା ରାସ୍ତାରେ ଜିତେନ୍ଦ୍ରିୟ ଦାଶଙ୍କ ଦବାଇ ଇଣ୍ଡିଆ ଜେନେରିକ ଫାର୍ମାସିଷ୍ଟ ମେଡିକାଲ ଷ୍ଟୋରକୁ ଆଜି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ଔଷଧ ସୁଲଭ ମୂଲ୍ୟରେ ମିଳିପାରିବ । ଯାହାକି ଜନସାଧାରଣ ଉପକୃତ ହୋଇପାରିବେ । ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଏଙ୍କ ସମେତ ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ରାଜକିଶୋର ସାହୁ, କୁନାଲ ପାଣିଗ୍ରାହୀ, କୈଳାଶ ଦିଶ୍ରୀ, ବଳରାମ ସାହୁ, ଶୁଶାନ୍ତ ନାଗ, ଯୋଗେନ୍ଦ୍ର ଭୋଇ, ଡ଼ା. ଲମ୍ବୋଦର ପଣ୍ଡାଙ୍କ ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।