jayashree

ତ୍ରିଦିବସୀୟ ସାଇନିଂ ଷ୍ଟାର ଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବରଗଡ଼ ଶିକ୍ଷାଜିଲ୍ଲାର ତ୍ରିଦିବସୀୟ ସାଇନିଂ ଷ୍ଟାର ଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ, ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ କୁମାର ପତି, ସୋହେଲା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ, ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସ୍କୁଲର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ତ୍ରିଲୋଚନ ନାୟକ । କାର୍ଯ୍ୟକ୍ରମ ଆରମ୍ଭରୁ ଶ୍ରୀ ଗଣେଶ ଓ ମା’ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରା ଯାଇଥିଲା । ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱଗତ ସଙ୍ଗୀତ ଗାନ କରାଯାଇଥିଲା । ଏହି ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍କୁଲର ସାଇନିଂ ଷ୍ଟାର୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାର ବିଜ୍ଞ ସାଧନକର୍ମୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ରାଜେଶ ଖମାରୀ, ଜିତେନ୍ଦ୍ର ପଣ୍ଡା, ମାନସରଞ୍ଜନ ଶତପଥୀ, ଅନୀଲ ବେହେରା, ପ୍ରିୟ ରଞ୍ଜନ ସାହୁ, ଅଶୋକ ପଣ୍ଡା, ଶିବଶଙ୍କର ଦାଶ, ଶ୍ରୀମତୀ ରୋଜାଲିନ ମିଶ୍ର ଓ ଅନ୍ୟାନ୍ୟ ସାଧନକର୍ମୀ । ସମସ୍ତ ଅତିଥି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ କହିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଉତ୍ସାହିତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମଟି ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ଯୋଶୀ ଆରମ୍ଭ କରି ବରଗଡ଼ ଶିକ୍ଷାଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ସଫଳତାକୁ ରାଜ୍ୟସ୍ତରରେ ପ୍ରତିଫଳିତ କରି ପାରିଥିଲେ । ପରବର୍ତ୍ତୀ ସମୟରେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ କଚ୍ଛପଙ୍କ ଦ୍ଵାରା କାର୍ଯ୍ୟକ୍ରମର ସଫଳ ଉପସ୍ଥାପନ ଫଳରେ ଗତ ବର୍ଷ ବରଗଡ଼ ଶିକ୍ଷା ଜିଲ୍ଲା ରାଜ୍ୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା । ପୂର୍ବତନ ସାଇନିଂ ଷ୍ଟାର ଛାତ୍ରୀ କୁମାରୀ ସୁଚିସ୍ମିତା ପାଣିଗ୍ରାହୀ ଯିଏକି ବର୍ତ୍ତମାନ ରାୟପୁର ସ୍ଥିତ ଏମ୍‌ଇଟି ବିଶ୍ଵବିଦ୍ୟାଳୟରେ ଇଂରାଜୀ ବିଷୟରେ ସ୍ନାତକୋତ୍ତର ଛାତ୍ରୀ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ ଶ୍ରୀମତୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍କୁଲରେ ନୂତନ ଭାବରେ ଭୂଗୋଳ ଶିକ୍ଷକ ରଜତ କୁମାର ସାହୁଙ୍କ ପ୍ରଚେଷ୍ଟାରେ ତିଆରି ହୋଇଥିବା ଭୂଗୋଳ ପ୍ରୟୋଗଶାଳାର ଶୁଭ ଉଦ୍‌ଘାଟନ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ।

Leave A Reply

Your email address will not be published.