csstore

ତ୍ରିଦିବସୀୟ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବର୍ତ୍ତିତ ଯୁଗ ତଥା ଭବିଷ୍ୟତର ଆହ୍ୱାନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ଗତ ବର୍ଷ ଠାରୁ ଆରମ୍ଭ ହେଇଥିବା ଅଭିଳଷୀତ ପାଠ୍ୟକ୍ରମର ବିଭିନ୍ନ କ୍ଲବ ମଧ୍ୟରୁ ଜିଜ୍ଞାସା ଅନ୍ୟତମ, ଯାହାକି ହାଇ ସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ଠାରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ତଥା ଅଭିରୁଚି ସୃଷ୍ଟି କରିବା ଲକ୍ଷ୍ୟରେ ତିଆରି ହେଇଥିବା ପାଠ୍ୟକ୍ରମ । ଆଜି ଠାରୁ ସମଗ୍ର ବରଗଡ ଜିଲ୍ଲାର ବିଭିନ୍ନ ସ୍କୁଲରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଜମଲା ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷକ ସୁଶୀଲ କୁମାର ବରିହା ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସାଧନକର୍ମୀ ମାନସ ଶତପଥୀ ଓ ମୋହନ ରଣା ଏହି ଶିବିରରେ ତିନିଦିନ ଧରି ପ୍ରଶିକ୍ଷଣ ଦେବେ । ସଭା ଆରମ୍ଭରୁ ମା’ ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରାଯାଇଥିଲା ଓ ସ୍କୁଲ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତଗାନ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରଶିକ୍ଷଣରେ ରାଜ ବୋଡାସମ୍ବର ବ୍ଲକ୍ ଓ ଗାଇସିଲେଟ ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.