jsm

ଛତ୍ରପୁରସ୍ଥ ଗଞ୍ଜାମ ଡିଆରଡ଼ିଏ କ୍ୟାମ୍ପସରେ କାଫେ ଉଦ୍‌ଘାଟିତ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟରର ଡିଆର୍‌ଡ଼ିଏ କ୍ୟାମ୍ପସରେ ଅତ୍ୟାଧୁନିକ ବ୍ୟଞ୍ଜନ ଧର୍ମି ଖାଦ୍ୟରୁଚି କିଚେନ୍ କେନଟିନ୍ ଅବା ସଦରମହକୁମା ଛତ୍ରପୁରର ଦ୍ୱିତୀୟ “କାଫେ” ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ କର-କମଳରେ ଶୁକ୍ରବାର ସନ୍ଧ୍ୟାରେ “କାଫେ” ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ସହରାଞ୍ଚଳର ୭ ନମ୍ବର ୱାର୍ଡର ମା’ ସିଦ୍ଧଭୈରବୀ ଏସ୍‌.ଏଚ୍‌.ଜି. ଗୃପକୁ ଦିଆଯାଇଥିବା ଏହି କାଫେ ଷ୍ଟଲର ଆନୁଷ୍ଠାନିକ ଉଦ୍‌ଘାଟନୀ ସାମାରୋହରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାଷନ, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ବାହୀ ଅଧିକାରୀ ନୀଳମାଧବ ଭୋଇ, ଛତ୍ରପୁର ଏନ୍.ଏ.ସି. ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ସ୍ଥାନୀୟ କାଉନସିଲର ଏମ୍.ୱାଣି ସେନାପତି ପ୍ରମୁଖ ବହୁଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏସ୍‌.ଏଚ୍‌.ଜି.ମହିଳା ଗୃପକୁ ଉତ୍ସାହିତ କରିଥିଲେ । ନୂତନ ରୁଚି ଓ ଭିନ୍ନସ୍ଵାଦର ସ୍ନାକସ୍ ଆପ୍ୟାୟିତ ହୋଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ।

yuvodaya
Leave A Reply

Your email address will not be published.