pakka

ନୂତନ ସାଇକେଲ ଷ୍ଟାଣ୍ଡ ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲର ଇମାଜିନ ରୋଟାରୀ ତରଫରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାଇକେଲ ଷ୍ଟାଣ୍ଡ ସେଡ୍ ତିଆରି କରାଯାଇଛି । ଏହାକୁ କ୍ଲବର ଡିଜିଏମ୍‌ ରୋଟାରିଆନ ମନଜିତ ସିଂ ଆରୋରା, ଚନ୍ଦ୍ରକଳା ଦେବୀ ଖଣ୍ଡେଲୱାଲ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ବ୍ରଜେଶ ଗୁପ୍ତା, ରାଜେଶ ଅଗ୍ରୱାଲ, ବିଶ୍ୱଜିତ ପତିଙ୍କ ସହ ବହୁ ରୋଟାରୀଆନ, ମୋ ସ୍କୁଲ ଅଭିଯାନର କର୍ମକର୍ତ୍ତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ବହୁଦିନର ଇଛା ପୁରଣ ହୋଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

sixteen + 16 =