pakka

ଆକାଶବାଣୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆକାଶବାଣୀ କେନ୍ଦ୍ର ରାଉରକେଲା ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ ୧୦୦ତମ ଏପିସୋଡ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆକାଶବାଣୀ କେନ୍ଦ୍ରର ମୁଖ୍ୟ ପରିଚାଳକ ଜୟଦେବ ଭୁଏ ଓ ଇଂ ଏମ୍‌ଡି ସମିମ୍‌ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, କଣ୍ଠଶିଳ୍ପୀ ରାଜକୁମାରୀ ଦେବୀ ଓ କ୍ରୀଡା ସଂଗଠକ ସୁଶାନ୍ତ ବେହେରା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସର୍ବଶ୍ରୀ ବିଷ୍ଣୁଚରଣ ସେଠୀ, ଗୌରାଙ୍ଗ ମହାନ୍ତି, ସଲିକ ବରୁୱା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନଙ୍କୁ ଜଗଦା ସ୍ଥିତ କେନ୍ଦ୍ର ଓ ସେକ୍ଟର ୬ ପାହାଡ ଉପରେ ଥିବା ଟ୍ରାନ୍ସମିଶନ କେନ୍ଦ୍ର ବୁଲି ଦେଖିଥିଲେ । ସେହିଭଳି ଆକାଶବାଣୀ କେନ୍ଦ୍ର ତରଫରୁ କାର୍ଯ୍ୟକ୍ରମ ପରିଚାଳକ ଆହ୍ଲାଦିନୀ ହୋତା, ମୀନାକ୍ଷୀ ନାୟକ, ବିକ୍ରମ ସାହୁ, ଦିଲ୍ଲୀପ ଖଡିରତ୍ନ, ଚିତ୍ତରଞ୍ଜନ ଜେନା, ସିକନ୍ଦର ସୟ, ବସନ୍ତ କୁମାର ସାହୁ, କନକଲତା ବେହେରା, ଜଶିନ୍ତା ଡୁଙ୍ଗଡୁଙ୍ଗ, ଲଳିତା ମାଇଙ୍ଗ, ରଘୁନନ୍ଦନ ଲାକ୍ରା ଓ ଟ୍ରାନ୍ସମିଟର ଷ୍ଟାଫ୍ ସର୍ବଶ୍ରୀ ଦେବାଶିଷ ଚକ୍ରବର୍ତ୍ତୀ, ଅଜିତ କୁମାର ସାହୁ, ସୌଭାଗ୍ୟ ବାରିକ, ଗିରିଶ ଚନ୍ଦ୍ର ନାୟକ, ଭକ୍ତୁ କିଶାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 + nine =