pakka

ତୁଳସୀ ସୁପକାରଙ୍କ ‘ଓଡ଼ିଆ ଆଳତି ସଂଗ୍ରହ’ ପୁସ୍ତକ ଲୋକାର୍ପିତ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରାହଗୁଡା ଗ୍ରାମସ୍ଥିତ ନୂତନ କରି ପ୍ରତିଷ୍ଠା ହୋଇଥିବା ଅର୍ଦ୍ଧ ନାରୀଶ୍ଵର ମନ୍ଦିର ପରିସର ମଧ୍ୟରେ ଶିକ୍ଷକ ତଥା ପଣ୍ଡିତ ତୁଳସୀ ପ୍ରସାଦ ସୁପକାରଙ୍କ ଦ୍ଵାରା ହିନ୍ଦୀ ଓ ସଂସ୍କୃତରୁ ଓଡ଼ିଆରେ ଅନୁବାଦିତ ବିଭିନ୍ନ ଦେବାଦେବୀଙ୍କ ଆଳତିକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଓଡ଼ିଆ ଆଳତି ସଂଗ୍ରହ’ ନାମକ ଏକ ଆଳତି ପୁସ୍ତକ ଇତି ମଧ୍ୟରେ ଲୋକାର୍ପିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ତିଳକ ରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ମନୋରଞ୍ଜନ ମେହେର ଓ ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଯୋଗଦାନ କରି ପୁସ୍ତକଟିକୁ ସମୀକ୍ଷା ପୂର୍ବକ ଲୋକାର୍ପିତ କରିଥିଲେ । ମନ୍ଦିରର ଆଳତି ସମୟରେ ପୂଜାର୍ଚ୍ଚନା ପରେ ପୁସ୍ତକଟି ଶତାଧିକ ଗ୍ରାମବାସୀଙ୍କ ଗହଣରେ ଲୋକାର୍ପିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କବୟିତ୍ରୀ ବାସନ୍ତୀ ପ୍ରଧାନ, ପୁସ୍ତକର ପ୍ରକାଶିକା ସୁଷମା ସୁପକାର ଓ କୈଳାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ତଥା କବି ଦୟାନିଧି ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twenty + nine =