pakka

୧ରୁ ନୃସିଂହନାଥ ବୈଶାଖ ମେଳା ଆରମ୍ଭ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ସର୍ବବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଆଉ ଏକ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା ମନ୍ଦିର ପରିଚାଳନା କମିଟି ତରଫରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ମେ’ ୧ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ବୈଶାଖ ମେଳା ଅନୁଷ୍ଠିତ ହେବ । ପ୍ରଥମ ଦିବସ ୧ ତାରିଖ ଦିନ ବିଶ୍ୱଶାନ୍ତି ମହାଯଜ୍ଞ କଳସାଧିବାସ ଦିବା ୧୧ ଘ, ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ, ପାର୍ଶ୍ବ ଦେବାଦେବୀ ନିମନ୍ତ୍ରଣ, ବ୍ରହ୍ମ ବରଣ ଓ ବୀଜ ମନ୍ତ୍ର, ହୋମ ଆହୁତି । ଦ୍ୱିତୀୟ ଦିବସ ୨ ତାରିଖ ଦିନ ବିଶ୍ୱଶାନ୍ତି ମହାଯଜ୍ଞ, ବୀଜ ମନ୍ତ୍ର ଜପ, ହୋମ ଆହୁତି, ତୃତୀୟ ଦିବସ ୩ ତାରିଖ ଦିନ ବିଶ୍ୱଶାନ୍ତି ମହାଯଜ୍ଞ, ବୀଜମନ୍ତ୍ର ଜପ, ହୋମ ଆହୁତି, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଚତୁର୍ଥ ଦିବସ ୪ ତାରିଖ ଦିନ ବିଶ୍ୱଶାନ୍ତି ମହାଯଜ୍ଞ, ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପୂଜା ସନ୍ଧ୍ୟା ୭ଘ, କନ୍ଦ ସମାଜ ଦ୍ବାରା ମୁଖ୍ୟ ମନ୍ଦିର ଧ୍ଵଜା ବନ୍ଦନ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପଞ୍ଚମ ଦିବସ ୫ ତାରିଖ ଦିନ ବିଶ୍ୱଶାନ୍ତି ମହାଯଜ୍ଞ, ପୂର୍ଣ୍ଣାହୂତି, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × 1 =